Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ସହର ବାସୀ,ସହର ସାରା ଖାଁ,ଖାଁ ବ୍ୟବସାୟ ଠପ।

ଗୁଡାରୀ, ଆଜକୁ ପ୍ରାୟ ୧୦ ଦିନ ହେଲାଣି ଅସହ୍ୟ ଗରମ ସାଙ୍ଗକୁ ଗୁଳୁ ଗୁଳିରେ ଅସ୍ତ ବ୍ୟସ୍ତ ସହର ବାସି ।ଦିନ ୧୧ ଘଣ୍ଟିକା ପରେ ରାସ୍ତା ଘାଟ ଖାଁ ଖାଁ ଯୁଆଡ଼େ ଦେଖିବ ଶୁନ୍‌ ଶାନ୍‌ ଦିନ ଗୋଟାଏ ବେଳକୁ ତାପମାତ୍ରା ୪୩ ଡି.ଗ୍ରି ରହୁଛି।ଗୁଡାରୀ ବ୍ଳକର ଜନସାଧାରଣ, ବିଭିନ୍ନ ପୁରପଲ୍ଲୀରୁ ଆସୁଥିବା ବ୍ୟବସାୟୀ ଏବଂ ଯାତ୍ରୀମାନେ ଅସହ୍ୟ ଗରମର ସମ୍ମୁଖୀନ ହେଉଛନ୍ତି। ସହରରେ ଗୋଟିଏ ହେଲେ ଯାତ୍ରୀ ମାନଙ୍କ ଆଶ୍ରୟ ସ୍ଥଳିର ବ୍ୟବସ୍ଥା ନାହିଁ।ଗୁଡାରି କଲେଜ ଛକରେ ପ୍ରାୟ ୧୦ ବର୍ଷ ତଳେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପିଇବା ପାଣିଟାଙ୍କି ବିଧାୟକଙ୍କ ହାତପାଣ୍ଠି ଟଙ୍କାରରେ ନିର୍ମାଣ କରା ଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣର ଅଭାବରୁ ଏହା ଅଚଳ ହୋଇପଡିଛି। ଏଠାରେ ବୟସ୍କ ବ୍ୟକ୍ତି ଏବଂ ଛୋଟ ଛୋଟ ପିଲାମାନଙ୍କ ନେଇ ଯାଉଥିବା ମହିଳାମାନେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଏପ୍ରେଲ ଠାରୁ ଜୁନ ମର୍ଯ୍ୟନ୍ତ ପ୍ରଚଣ୍ଡ ଖରାର ପ୍ରକୋପ ରହିବ । ଏଣୁ ପିଇବା ପାଣି ଏବଂ ଯାତ୍ରୀଙ୍କ ଆଶ୍ରୟ ସ୍ଥଳୀର ନିହାତି ଆବଶ୍ୟକ ରହିଛି।ଏଣୁ ଯାତ୍ରୀ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଆଶ୍ରୟ ସ୍ଥଳୀ ଏବଂ ପିଇବା ପାଣିର ବ୍ୟବସ୍ଥା ପ୍ରଶାସନ ତରଫରୁ କରିବେ ବୋଲି ସାଧାରଣରେ ଦାବୀ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ