Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଦଗୁଦା ଗାଁ ରେ ମଦ ବିକ୍ରି କରିବା କୁ ବିରୋଧ କରିଛନ୍ତି ଗ୍ରାମର ମହିଳା

ବୀରମହାରାଜପୁର : (ସୌମିତ୍ରି ମେହେର)
ଗ୍ରାମ ମାନଙ୍କରେ ବ୍ୟାପକ ଭାବେ ମଦ ବିକ୍ରି ହେଉଥିବା ବେଳେ ମଦ ପିଇ ମାତାଲ ହୋଇ ସବୁବେଳେ ପରିବାର ବର୍ଗ ତଥା ଗ୍ରାମରେ ନିଜ ନିଜ ମଧ୍ୟରେ କଳହର ସୂତ୍ରପାତ ହୋଇ ଘଟଣା କ୍ରମେ ହିଂସା ରୂପ ଧାରଣ କରୁଛି I ଏହାକୁ ବିରୋଧ କରି ଗ୍ରାମର ଆାଦିବାସୀ ମହିଳା ମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ କୌଣସି ପରିସ୍ଥିତିରେ ତାଙ୍କ ଗାଁ ରେ ମଦ ବିକ୍ରି କରିବାକୁ ଦିଆଯିବ ନାହିଁ କହିଛନ୍ତି ମହିଳାମାନେ I ଏନେଇ ବୁଧବାର ଅନୁଷ୍ଠିତ ବୈଠକରେ ଗ୍ରାମର ସମସ୍ତ ମହିଳା , ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା , ମିଶନ ଶକ୍ତି ସଭ୍ୟା ପ୍ରମୁଖ ଯୋଗଦେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି I ସୂଚନା ଯେ ଗୁଦଗୁଦା ଗ୍ରାମଟି ବୀରମହାରାଜପୁର ଉପଖଣ୍ଡ ର ସୀମାନ୍ତରେ ଅବସ୍ଥିତ ଥିବାବେଳେ ଏକ ୱାର୍ଡ଼ ବିଶିଷ୍ଟ ପ୍ରାୟ ଶହେ ପରିବାର ବସବାସ କରନ୍ତି ଏବଂ ଗ୍ରାମରେ 95 ପ୍ରତିଶତ ଆାଦିବାସୀ ସମ୍ପ୍ରଦାୟର ଅଟନ୍ତି I ଗ୍ରାମରେ ଦୀର୍ଘ ଦିନ ଧରି ବିଦେଶୀ ଓ ଦେଶୀ ମଦ ବ୍ୟାପକ ଭାବେ ବିକ୍ରି ହେଉଛି I ଏହାକୁ ନେଇ ଗାଁ ରେ ଅଶାନ୍ତିର ବାତାବରଣ ଦେଖା ଦେଇଛି I ଯୁବ ପିଢି ମଦ ପିଇ ନାନାଦି ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି l ରୋଜଗାର କରିଥିବା ଅର୍ଥ ମଦ ପିଇ ଖର୍ଚ୍ଚ କରୁଥିବାବେଳେ ଘର ଚଳାଇବାକୁ ମହିଳା ମାନେ କଠିନ ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି I ଫଳରେ ଏଥିରେ ଅତିଷ୍ଠ ହୋଇ ଶେଷରେ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ମହିଳାମାନେ ଏକାଠି ହୋଇଛନ୍ତି I ଏଥିରେ ଗ୍ରାମ୍ୟ କମିଟି ପୂର୍ଣ୍ଣ ସହଯୋଗ କରି ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି I