Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ପୂର୍ଣ୍ଣତା ଅଭିଯାନ ଶୁଭାରମ୍ଭ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ମାଲକାନଗିରି:ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା ମାନଙ୍କରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୬ ଜୁଲାଇରେ ମାଲକାନଗିରି ସଦର ଏବଂ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ତିନି ଆକାଂକ୍ଷା ବ୍ଲକରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥି ନିମନ୍ତେ ଆଜି ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କିଭଳି ସଫଳ ରୂପେ ଆୟୋଜନ କରାଯିବ ସେଥିନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଡିଏନକେ ଫୁଟବଲ ପଡ଼ିଆ ପର୍ଯ୍ୟନ୍ତ ପୂର୍ବାହ୍ନ ୭:୩୦ ରେ ପ୍ରଭାତ ଫେରି ହେବ। ଡିଏନକେ ଫୁଟବଲ ପଡ଼ିଆ ଠାରୁ ପୂର୍ବାହ୍ନ ୮:୩୦ ରେ ସମ୍ପୂର୍ଣ୍ଣତା ଜ୍ୟୋତି ସହ ସ୍ପୋର୍ଟସ କମ୍ପ୍ଲେକ୍ସ ଅଭିମୁଖେ ମାରାଥନ ଦୌଡ ହେବ। ତାପରେ ବୃକ୍ଷ ରୋପଣ ସାଙ୍ଗକୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ। ପରିଶେଷରେ ସଂସ୍କୃତି ଭବନଠାରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି। ସଂସ୍କୃତି ଭବନ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ମେଳା ଆୟୋଜନ ହେବ ଯେଉଁଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କ ଦ୍ଵାରା ପ୍ରସ୍ତୁତ ସ୍ଥାନୀୟ ଉତ୍ପାଦ ସାମଗ୍ରୀ, କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ ଓ ଆଇସିଡ଼ିଏସ ଷ୍ଟଲ ରହିବ। ସୂଚନା ଥାଉ କି ସମଗ୍ର ଦେଶରେ ୧୧୨ ଗୋଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ମାଲକାନଗିରି ଜିଲ୍ଲାର ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ତିନିଗୋଟି ବ୍ଲକ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ବିଗତ ୧ ଜୁଲାଇ ୨୦୨୪ ରୁ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ପ୍ରତ୍ୟେକ ମାସରେ ନୀତି ଆୟୋଗ ଦ୍ବାରା ପ୍ରଦତ୍ତ ୬ ଗୋଟି ବିଷୟ ଉପରେ ତର୍ଜମା କରିବେ ଏବଂ ଏଥି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରିବେ। ଅନ୍ୟ ମାନଙ୍କ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ