Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ାକ୍ତରଖାନାରେ ରେ ପିଲାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ସମ୍ବଲପୁର(ପଡ଼ିଆବାହାଲ):ପଡ଼ିଆବାହାଲ ପ୍ରାଥମିକ ଡ଼ାକ୍ତରଖାନାରେ ” ଛୁଆକର ଲାଗି ଗଛଟେ”କାର୍ଯକ୍ରମ ମାଧ୍ୟମରେ ଡ଼ାକ୍ତରଖାନା ପରିସରରେ ନିମ୍ବ,ଅଁଳା ଓ ପିଜୁଳି ଭଳି ବୃକ୍ଷ ରୋପଣ କରାଯାଇଛି।”ଛୁଆକର ଲାଗି ଗଛଟେ” କାର୍ଯକ୍ରମ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ଚାଲିବ , ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଡ଼ାକ୍ତରଖାନାରେ ଔଷଧୀୟ ଗଛର ବାତାବରଣ ସୃଷ୍ଟି,ବର୍ତମାନ ଓ ଭବିଷ୍ୟତ ପାଇଁ ଜନସାଧାରଣ ପାଇଁ ବୃକ୍ଷ ଦ୍ଵାରା ଅମ୍ଳଜାନ ର ବୃଦ୍ଧି ଓ ବୃଷ୍ଟିପାତ ର ନିୟମିତକରଣ ସହିତ ଛୁଆମାନେ ଫଳର ସ୍ଵାଦ ମଧ୍ୟ ଅନୁଭବ କରିପାରିବେ। ଏହି କାର୍ଯକ୍ରମରେ ଖଲିଆପାଲି ଗ୍ରାମର ସମାଜସେବୀ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଯୁବ ସମାଜସେବୀ ସୌମ୍ୟରଂଜନ ବଡ଼ପଣ୍ଡା,ପ୍ରବୀଣ ସୂପକାର, ସନତ ମହାପାତ୍ର,ବିଜୟ ଦେହୁରୀ,ଦୀପକ ବାରିକ,ଅମନ୍ ମହାକୁଡ ସମେତ ଡ଼ାକ୍ତରଖାନାର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ