Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରତ୍ନଭଣ୍ଡାରର ଗହଣାକୁ କାଢି ସୁରକ୍ଷାରେ ରଖିବା ଆମର ସବୁଠୁ ବଡ କାମ: ଜଷ୍ଟିସ ବିଶ୍ୱନାଥ ରଥ

ଭୁୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ୧୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ କରାଯାଇଛି । ଏହି କମିଟିର ପ୍ରଥମ ବୈଠକ ଆସନ୍ତାକାଲି ଅର୍ଥାତ ଜୁଲାଇ ୭ ତାରିଖରେ ବସିବ । ଏହା ପୂର୍ବରୁ ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ସରକାର ନୋଟିଫିକେସନ କରି କମିଟି ଗଠନ କରିଛନ୍ତି । ଆସନ୍ତାକାଲି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ । ବୈଠକରେ ୧୬ ଜଣ ଦକ୍ଷ ଓ ବିଶେଷଜ୍ଞଙ୍କ ସହ ଆଲୋଚନା ହେବ ।

ସେ କହିଛନ୍ତି, ପ୍ରଥମ ଦାୟିତ୍ୱ ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ନିଷ୍ପତ୍ତି ନିଆଯିବ । ଭିତର ଓ ବାହାର ରତ୍ନଭଣ୍ଡାର ଗହଣାକୁ କାଢି ସୁରକ୍ଷାରେ ରଖିବା ଆମର ସବୁଠୁ ବଡ କାମ । ପ୍ରଥମ ବୈଠକରେ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ଚେଷ୍ଟା କରିବୁ । ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ । ଚାବି ମିଳିଥିବା କଥା ମଧ୍ୟ ଗଜତପି ଓ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ବୈଠକ ପରେ କମିଟିର ନିଷ୍ପତ୍ତିକ୍ରମେ ଏସଓପି ପ୍ରସ୍ତୁତ କରାଯିବ । ଓକିଲ ଭାବେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ମାମଲା କୋର୍ଟରେ ଲଢିଛି । ଏବେ ପୁଣି ମହାପ୍ରଭୁ ଜଗନ୍ନାଥଙ୍କ କାମ କରିବାର ସୁଯୋଗ ମିଳିଛି ।

ଏହି ୧୬ ଜଣିଆ କମିଟିରେ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜ, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜିବ ସାହୁ, ପୂର୍ବତନ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର, ଜଗଦୀଶ ମହାନ୍ତି, ପୁରୀ ଜିଲ୍ଲାପାଳ, ସ୍ବାମୀ ପ୍ରଜ୍ଞାନନ୍ଦଜୀ, ସୁଦର୍ଶନ ପଟ୍ଟନାୟକ, ସୌମେନ୍ଦ୍ର ମୁଦୁଲି, ହରିହର ହୋତା, ମଧୁସୂଦନ,ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ରଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିଛନ୍ତି ।

More Stories