Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ଠାରେ ବିଧାୟିକା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ଦୁର୍ଗା ମଣ୍ଡପ ଠାରେ ଶୁକ୍ରବାର ନର୍ଲା ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟିକା ଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କେସିଙ୍ଗା ମୁନିସିପାଳଟି ଅଧ୍ୟକ୍ଷ ନୃପରାଜ ଯାଦବ,ମ ରାମପୁର ବ୍ଲକ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯିବେଶ ପଣ୍ଡା, ସରପଞ୍ଚ ସଂଘ ରାଜ୍ୟ ସଭାପତି ରୋମାଞ୍ଚଳ ସାହୁ,କର୍ଲାମୁଣ୍ଡା ବ୍ଳକ କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, କଳାହାଣ୍ଡି ଜିଲ୍ଲା ବିଜେଡି ଛାତ୍ର ସଭାପତି ଅଜିତ ସାହୁ ପ୍ରମୁଖ ଯୋଗ ଦେଇ ବିଧାୟିକା ଙ୍କୁ ସ୍ୱାଗତ ଜଣେଇବା ସହ ବିଜେଡି ସଂଗଠନ କୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ରବି ଶଙ୍କର ନାଗ,ପବିତ୍ର ସାହୁ ,ହୃଦାନନ୍ଦ ସାହୁ ,ଶ୍ରୀନିବାସ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ ଉଦବୋଧନ ଦେଇଥିଲେ ଓ ଯୁଗଳ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ଶିବଲାଲ କେଡ଼ିଆ,ଯଶୋବନ୍ତ ସାହୁ,ଯୁଗଳ କିଶୋର ରଣା, ବିକ୍ରମ ସାହୁ,ଯୁବରାଜ ସାହୁ,ଭବାନୀ ସାହୁ,ସଲିମ ଶେଖର ରଣା, ପିଣ୍ଟୁ ରଣା, ଦେବେନ୍ଦ୍ର କୁମାର,ବବୁଲୁ ଦଣ୍ଡସେନା, ସୀମାଞ୍ଚଳ ଭୋଇ,ଫକୀର ସାହୁ,ଚନ୍ଦ୍ର ଭାନୁ ସାହୁ ,ମଗସିର ସାହୁ ଙ୍କ ସମେତ ଅନେକ ବିଜେଡି ନେତା/କର୍ମୀ ଉପସ୍ଥିତ ଥିଲେ। ସେହିପରି ରିଂଜା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟିକା ଯୋଗ ଦେଇଥିବା ବେଳେ ରିଷିଡା ଗ୍ରାମ ଉନ୍ନୟନ କମିଟି ଦ୍ଵାରା ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ମଧ୍ୟ ବିଧାୟିକା ଯୋଗ ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ