Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରମ୍ପରିକ ହାତରନ୍ଧା ଜଡ଼ା ତେଲ ପ୍ରତି ପରିବାରେ ବଢ଼ୁଛି ଆଦର,ନାଁ ସାଉଁଟୁଛନ୍ତି ଜଡା ବୁଢ଼ା

ନୂଆଁପଡା,(ରାଜାରାମ ଷଡଙ୍ଗୀ): କୌଳିକ ବୃତ୍ତିରେ ଜୀବନ ବିତୁଛି।ବର୍ଷ ବର୍ଷ ଧରି ଏହି କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ନୂଆପଡ଼ା ଜି ଲ୍ଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମର ଜୈନିକ ବୃଦ୍ଧ।ଜଡ଼ା ତେଲ ବିକ୍ରି କରିବା ତାଙ୍କ କୌଳିକ ବୃତ୍ତି ଅଟେ। ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଘର ଘର ବୁଲି ଏହି ବେପାର କରୁଥିବା ବେଳେ ପ୍ରତ୍ୟେକ ଘରେ ଘରେ ପରିଚିତ ଏହା ମହାନ ନାୟକ। ଖଡିଆଳ ସହ ଆଖାପାଖି ବିଭିନ୍ନ ଅଞ୍ଚଳ ସାପ୍ତାହିକ ବଜାର ହେଉ ବା ଦୈନିକ ବଜାରରେ ତାଙ୍କ ଜଡ଼ା ତେଲର ଚାହିଦା ରହିଛି। ଗୋଟିଏ ଡଲା ରେ ମାତ୍ର ପାଞ୍ଚ ଗୋଟି ସାମଗ୍ରୀ ନେଇ ତେଲ ବିକ୍ରି କରିଥାନ୍ତି। ତେଲ ରଖିବା ଆଲୁମିନିୟମ ଜାର ସହ ତାଙ୍କ ପ୍ରାଚୀନ ମାପ ଯନ୍ତ୍ର ବୋତଲରେ ରଖିବା ପାଇଁ କାହାଲି ଧରି ତାଙ୍କର ଚାଲିଛି ଏହି ବେପାର। ଡାଳାରେ ଏସବୁ ଧରି ବେହେନ ଦେଇ ମୁଣ୍ଡରେ ବୋହି ପ୍ରତ୍ୟେକ ଘର ଘର ବୁଲି ଜଡା ତେଲ ବିକ୍ରି କରି ପେଟ ପୋଷିବା ତାଙ୍କ କାମ।ତାଙ୍କରି ଏହି ବେପାରକୁ ଅନେକ ବର୍ଷ ବିତିଲାଣି । ପାଦରେ ଚାଲି ଚାଲି ପ୍ରତ୍ୟେକ ଗାଁ ଗଣ୍ଡା ର ସଡ଼କ ସହ ତାଙ୍କ ପାଦ ର ଘନିଷ୍ଟ ସଂପର୍କ। ଜଡ଼ା ତେଲ ବିଶେଷ ରୂପେ ପେଟ ଗରମ, ପେଟ ରେ ନାଲ ହେବା ସହ ମୁଣ୍ଡ ବୁଲାଇବା ଝାଉ ମାରିବା, ଅମ୍ଳପିତ୍ତ,କୋଷ୍ଟକାଠିନ୍ୟ ପ୍ରଭୃତି ଏହାର ବ୍ୟବହାର ଓ ଚାହିଦା ରହିଛି ଜଡା ତେଳର ଔଶଧିୟ ଗୁଣ ପାଇଁ। ମୁଣ୍ଡ ବାଳରେ ଏହି ତେଲ ଲଗାଇବା ଦ୍ୱାରା ବାଳ ଝିମ୍ ଝିମ୍ କଳା ହୋଇଥାଏ। ବାର୍ଦ୍ଧକ୍ୟରେ ମଧ୍ୟ ବାଳ ହୁଏନି ଧୋବ ଫରଫର।ଏହା ଚିପ ଚିପ ହେବା କରାଣ ରୁ ଯୁବ ପିଢ଼ି ଙ୍କ ଏହା ପସନ୍ଦ ହୋଇନଥାଏ ସତ, କିନ୍ତୁ ଏହାର ଔଷଧିୟ ଗୁଣ ପାଇଁ ଆଜି ବି ଘରେ ଘରେ ଜଡା ତେଲର ରହିଛି ବଡ ଚାହିଦା।ଏହି ତେଲ ଦୀପରେ ମଧ୍ୟ ବ୍ୟବହାରକୁ ଆସିଥାଏ।ଜଡା ତେଳରେ ଦୀପ ଜାଳି ବାହାରେ ରଖିଲେ କୀଟ ପତଙ୍ଗ ଘର ତଡ ମାଡି ପାରନ୍ତିନି ଏଭଳି ମଧ୍ୟ ବିଧି ରହିଛି।ଦୀପାପାଳି ଅମାବାସ୍ୟା।ଦିନ ଏହି ଜଡା ତେଳର ଚାହିଦା ଢ଼େର ବେଶୀ।
ହେଲେ ସବୁଠୁ ବଡ କଥା ହେଲା ଜଡା ତେଲ ବିକ୍ରି କରି ନିଜର ଭଲ ପରିଚୟ ସାଉଁଟି ଥିବା ଏହି ବୃଦ୍ଧଙ୍କୁ ତାମ ନାମ ପଚାରିଲେ କହୁଛନ୍ତି ନାମରୁ କ’ମ ମିଳିବ ମତେତ ସମସ୍ତେ ପିଲାଠୁ ବୁଢ଼ା ବୁଢ଼ି ଯାଏ ଡୁଆଝର ର ଜଡା ବୁଢ଼ ବୋଲି ସମସ୍ତେ ଜାଣନ୍ତି। ଏହା ହିଁ ମୋ ବଡ ପରିଚୟ କହି ନିଜର ପ୍ରକୃତ ନାମ କହିବାକୁ ଏଡାଇ ଦେଲେ। ସତରେ ଡୁଆଝର ଗାଁର ଏହି ଜଡା ବୁଢ଼ା ବର୍ତ୍ତମାନକୁ ଦେଶ ଓ ଜାତି ପାଇଁ ଏକ ଆଦର୍ଶ ବ୍ୟକ୍ତିତ୍ୱ ।ସରଳ ବ୍ୟବହାର ସାଙ୍ଗକୁ ତାଙ୍କର ନିରଳସ ଜୀବନ ଯାପନ ଏ ସମାଜ ପାଇଁ ଏକ ବଡ ଉଦାହରଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ