ଭୁବନେଶ୍ୱର: ଏଥର ବିରଳ ରଥ ଯାତ୍ରା । ପୁରୀରେ ଦୁଇ ଦିନ ରଥଯାତ୍ରା ପାଇଁ ରବିବାର ଓ ସୋମବାର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିବ। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରଥଯାତ୍ରା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ୭ ଏବଂ ୮ ତାରିଖ ସ୍କୁଲ ଓ କଲେଜ ବନ୍ଦ ରହିବ । ପୂର୍ବରୁ ରାଜ୍ୟ ସରକାର ୮ ତାରିଖକୁ ଛୁଟି ଘୋଷଣା କରିଥିଲେ। ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉଭୟ ୭ ଓ ୮ ତାରିଖରେ ରଥ ଟଣା ହେବ। ୭ ତାରିଖ ରବିବାର ପଡ଼ୁଛି। ୮ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସହିତ, ବ୍ୟାଙ୍କ ଓ କୋର୍ଟ ଆଦି ମଧ୍ୟ ବନ୍ଦ ରହିବ।