Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳନ

ସମ୍ବଲପୁର:କଚେରୀ ରୋଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶନିବାର ମଧ୍ୟାହ୍ନରେ ଜନସଂଘର ପ୍ରତିଷ୍ଠାତା ତଥା ଜନସଂଘର ପ୍ରଥମ ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ
ଅନିଲ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜିବନି ତଥା ନିତି ଆଦର୍ଶ ଉପରେ ସ୍ମୃତିଚାରଣ କରି ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମିର ରଞ୍ଜନ ବାବୁ, ମାନସ ବକ୍ସି, ମୋହନ ଦାସ, ଅରୁଣ ଦାସ, ସୋମିତ୍ର ଯୋତି, ଅନୁପ ମିଶ୍ର, ଧୃବରାଜ ପାଣିଗ୍ରାହୀ, କାହ୍ନୁରାମ ଶର୍ମା, କର୍ଣ୍ଣ ଓରାମ, ସନ୍ତୋଷ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ