Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୂର ହେବ ପ୍ରବାସୀ ଶ୍ରମିକଙ୍କ ଦୁଃଖ; ସହାୟତା କେନ୍ଦ୍ର ଖୋଲିବ ଶ୍ରମ ବିଭାଗ

ଭୁବନେଶ୍ବର: କାମ ପାଇଁ ବହୁ ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି। କାମ ପାଇଁ ସିନା ବାହାରକୁ ଯାଉଛନ୍ତି ହେଲେ ସେମାନେ ସେଠାରେ ନିର୍ଯ୍ୟାତିତ ହେଉଥିବା ଅନେକ ଘଟଣା ସାମ୍‌ନାକୁ ଆସିଛି। ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ସେମାନେ ବଞ୍ଚିତ ରହୁଛନ୍ତି।

ତେବେ ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ପାଖକୁ ଏ ନେଇ ଅଭିଯୋଗ ଆସୁଛି ହେଲେ ପ୍ରବାସୀଙ୍କ ପାଖରେ ସହାୟତା ପହଞ୍ଚିପାରୁନି। ତେଣୁ ଏହାର ସ୍ଥାୟୀ ଓ ଦୀର୍ଘମିଆଦି ପ୍ରତିକାର ପାଇଁ ଶ୍ରମ ବିଭାଗ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ଓଡ଼ିଶାରେ ରହି ପ୍ରଥମେ ନିଜକୁ ପଞ୍ଜିକୃତ କରିବେ ଓ ସେମାନେ କେଉଁ ସ୍ଥାନକୁ ଯାଉଛନ୍ତି, କାହା ପାଖରେ କାମ କରିବେ, କେଉଁ ପ୍ରକାର ବୃତ୍ତିରେ ନିୟୋଜିତ ହେବେ, କାହା ସହାୟତାରେ ରାଜ୍ୟ ବାହାରକୁ ଯାଉଛନ୍ତି ଆଦିର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ପ୍ରଦାନ କରିବେ।

ଏଥିସହ ସେମାନେ ଅନ୍ୟ ରାଜ୍ୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବା ନିର୍ଯ୍ୟାତନାର ଶିକାର ହେଲେ, ସରକାର ସମ୍ପୃକ୍ତ ରାଜ୍ୟ ପ୍ରଶାସନର ସହଯୋଗ ଲୋଡିପାରିବେ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ନେଇପାରିବେ। ଏହି କ୍ରମରେ ରାଜ୍ୟ ଶ୍ରମ ବିଭାଗ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଥିବା ରାଜ୍ୟ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ