Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଳ ଅଧୁରା,ଖାଇଲାଣି ରାସ୍ତା,ଇଲେକ୍ଟ୍ରିକ୍ ପୋଲକୁ ଏବେ ଭୟ

ସମ୍ବଲପୁର ,ତା୦୯।୦୭: ପଡିଆବାହାଲ ରାଜପଥ ବିପଦର ସଂକେତ ଦେଲାଣି। ବେଳ ଥାଉ ଥାଉ ସମସ୍ୟାର ସମାଧାନ ନହେଲେ ଆଗକୁ ମହାବିପଦ ଆଶଙ୍କା।ଏଭଳି ଅବସ୍ଥା ଦେଖିବାକୁ ମିଳିଛି ପଡିଆବାହାଲ ମେଡିକାଲ ଓ ଟେଲିଫୋନ ଏକ୍ସଚେଞ୍ଚ ନିକଟରେ।
ରାଜପଥ ଉଭୟ ପାର୍ଶ୍ୱ ନାଳା କାମ ଅଧୁରା ପଡିଥିବା ବେଳେ ନର୍ଦ୍ଦମା ପାଣି ଜମି ରହୁଛି ବଜାରର ହାର୍ଟ କୁହାଯାଉଥିବା ମଧ୍ୟ ଭାଗ ଏକ କ୍ଲିନିକ୍ ନିକଟରେ।ଉପର ମୁଣ୍ଡର ମଳି ଆବର୍ଜନା ସହ ଦୂଷିତ ପାଣି ଜମି ରହୁଛି ବର୍ଷ ବର୍ଷ ଧରି। ଏନଏଚଏଆଇ ପାଖରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଯାଗା ଅଧିକରଣ ବାହାନା ଦେଖାଇ ସମସ୍ୟା ଗଡୁଛି ବର୍ଷ ବର୍ଷ ଧରି।ଏହି ସମସ୍ୟାର ସମାଧାନ ନିମିଷକେ ହେବା ସମ୍ଭାବନା ଥିବା ବେଳେ ବିଚାର ଅଦାଲତକୁ ନେଇ ଏହା ଝୁଲି ରହିଥିବା ଏନଏଚଏଆଇ କର୍ତ୍ତୁପକ୍ଷ ସଫେଇ ଦେଉଛନ୍ତି।
ଅନ୍ୟପକ୍ଷରେ ରାସ୍ତାର ଉଭୟ ପାର୍ଶ୍ୱରେ ନାଳ କାମ ସରୁନି। ଫଳରେ ବଢ଼ୁଛି ଦୁର୍ଦ୍ଦଶା ।ମଶା ମାଛିଙ୍କ ଖେଲିଛି ଆତଙ୍କ।ଫଳରେ ଆଗକୁ ହଇଜା,ମ୍ୟାଲେରିଆ, ଡେଙ୍ଗୁ ଭୟ ବି ଘାରିଛି ସ୍ଥାନୀୟ ଅଧିବାସୀଙ୍କୁ।ଏଥିପାଇଁ ସ୍ୱାସ୍ଥ୍ୟ କୁହବା ପ୍ରଶାସନ କାହାରବି ନଜର ପଡୁନି।ଅଥଚ ଦାୟିତ୍ୱ ହିନତାରେ ମାସକୁ ପୁରା ମାସିକ ଦରମା ନେବେ।ଆଉ ଏହି ପ୍ରଶାସନିକ କଳର ଅବଦହେଲା ପାଇଁ ଶେଷରେ ସରକାରଙ୍କ ମୁଣ୍ଡ ଉପରେ ଦୋଷ ଝୁଲିବ।ସରକାର ବଦଳିଲେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ବୋଲି ଲୋକଙ୍କ ଭିତରେ ଯେଉଁ ଧାରଣା ଥିଲା ତାହା ଯେସାକୁ ତେସା ଭଳି।ସରକାର ବଦଳିଲା ସିନା ବଦଳିନି ସରକାରୀ କଳର ତତ୍ପରତା।ଫଳରେ ସମସ୍ୟା କମିବ କଣ ବଢ଼ିବାରେ ଲାଗିଛି।
ଏପରିକି ପଡିଆବାହାଲ ପ୍ରାଥମିକ ଚିକିତ୍ସାଳୟ ସନ୍ନିକଟ ଟେଲିଫୋନ ଏକ୍ସଚେଞ୍ଚ ନିକଟରେ ନାଳ କାମ ଅଧୁରା ଛାଡି ଦିଆଯାଇଥିବା ଯୋଗୁଁ ବିରାଟ ଗର୍ତ୍ତ ହେବା ସହ ରାଜପଥ ଧୋଇବାକୁ ବସିଲାଣି। ଏପରିକି ଏହି ନିକଠେ ଥିବା ଇଲେକ୍ଟ୍ରିକ୍ ପୋଲ ତଲୁ ମଧ୍ୟ ମାଟି ଧୋଇହୋଇଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷାରେ ଯଦି ଏଭଳି ଆବସ୍ଥା ତେବେ ବର୍ଷା ବେଳକୁ ଅବସ୍ଥା କ’ଣ ହେବ? ବର୍ଷା ପାଣି ବଢ଼ିଲେ ଇଲେକ୍ଟ୍ରିକ୍ ପୋଲ ମଧ୍ୟ ଧୋଇ ହୋଇଯିବାର ସମ୍ଭାବନା ରହିଛି।ଏହା ଧନ ଜୀବନ ପ୍ରତି ବିପଦ।ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ଏଥିରେ କାଳ ବିଳମ୍ଭ ନକରି ଯୁଦ୍ଧକାଳିନ ଭିତ୍ତିରେ ବର୍ଷା ଆସିବା ପୁର୍ବରୁ ନାଳ କାମ ଶେଷ କରିବାକୁ ବିଭାଗୀୟ ତତ୍ପରତା ଜରୁରୀ ମନେ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ