Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର

ସମ୍ବଲପୁର:ବୁଧବାର ସକାଳ ସମୟରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣ ସହରର ଟାଙ୍ଗରପାଲି ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ଏକ ନିର୍ମାଣଧିନ ରାସ୍ତା କାର୍ଯ୍ୟ ର ତଦାରଖ କରିଥିଲେ । ଏଥିସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଥିବା ନାଳ, ରାସ୍ତାଘାଟ ସହ ଜଳ ନିଷ୍କାସନ ସମସ୍ୟାକୁ ନେଇଆଳୋଚନା ମଧ୍ୟ କରିଥିଲେ।ଏହି ପରିଦର୍ଶନ ସମୟରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।