Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଜିଲା ଝିଅକୁ ଖୋଜିବ କିଏ ?

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଘଟିଛି ଏକ ଅଭାବନୀୟ ଘଟଣା।ଦୁର୍ଗାମନ୍ଦିର ନିକଟସ୍ଥ ବାଲିଘାଟଠାରେ ଗାଧଉଥିବାବେଳେ ଯୁବତୀ ନିଖୋଜ ହୋଇଥିବା ନେଇ ପରିବାରର ରିପୋର୍ଟକୁ ନେଇ ତନାଘନା ଚାଲିଛି। ନିଖୋଜ ଯୁବତୀ ହେଲେ ଚିତ୍ରକୋଣ୍ଡାର ସନା ନାୟକଙ୍କ ୨୩ ବର୍ଷିୟା କନ୍ୟା ସନ୍ଧ୍ୟା ନାୟକ।
ସନ୍ଧ୍ୟା ଘରକୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିବା ବେଳେ ଚିତ୍ରକୋଣ୍ଡା ବାଲିଘାଟ ନଦୀ ଠାରେ ତାଙ୍କର ଚପଲ ଦେଖି ସନ୍ଦେହ କରି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଏବଂ ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ l ଅଭିଯୋଗ ପାଇ ତ୍ୱରିତ୍ ଅଗ୍ନିଶମ ବିଭାଗ,ଥାନା କର୍ତ୍ତୁପକ୍ଷ ଏବଂ ତହସିଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ।କିନ୍ତୁ ରାତି ହୋଇ ଯାଇଥିବାରୁ ଖୋଜିବା ସ୍ଥଗିତ ରଖିଛନ୍ତି ପ୍ରଶାସନ।ଆସନ୍ତାକାଲି ପୁଣି ଥରେ ଖୋଜା ଆରମ୍ଭ ହେବ ବୋଲି ଅଗ୍ନିଶମ ବିଭାଗ କହିଥିବା ବେଳେ ଏହି ରାତିହିଁ ଝିଅ ପାଇଁ କାଳରାତ୍ରୀ ହୋଇପାରେ ଏଭଳି ସନ୍ଧେହ କରିଛନ୍ତି ବୁଦ୍ଧିଜୀବୀ।ଆଧୁନିକ ଯୁଗରେ ବିଜ୍ଞାନ ଏତେ ଆଗକୁ ବଢ଼ିଥିବା ବେଳେ ରାତି ପାଇଁ ପ୍ରଶାସନିକ ଭୟ କାହିଁକି ବୋଲି ଆଜି ସମାଜର ବିଭିନ୍ନ ବର୍ଗରେ ପ୍ରଶ୍ନ ଉଠିଛି।ଝିଅ ପାଇଁ ଘର ସଂସାର ଓ ସମାଜରେ ଆଦର ବଢ଼ୁଥିବା ବେଳେ ଜଣେ ଝିଅର ଜୀବନ ରକ୍ଷା ପାଇଁ ୧ ସେକେଣ୍ଡ୍ ଯଥେଷ୍ଟ ହୋଇଥିବା ବେଳେ ଖୋଜିବାକୁ ସମୟକୁ ଅପେକ୍ଷା କରିବା କେଉଁ ପ୍ରଶାସନିକ ନିତି ଓ ଦକ୍ଷତା ବୋଲି ପ୍ରଶ୍ନ ଉଠିଛି।ରାତିକୁ ଭୟ କରି ପ୍ରଶାସନ ଯଦି ନୀରବଦ୍ରଷ୍ଟା ସାଜିବ ତେବେ ସରକାର ବୋଲି ଆଉ କ’ଣ ରହିଲା ? ଜୀବନ ସୁରକ୍ଷା ପ୍ରତି ସରକାରୀ କଳ ଯଦି ନିଜର ଦକ୍ଷତା ପ୍ରଦର୍ଶନ କରି ସାହାଯ୍ୟ କରିପାରିଲେନି ତେବେ ସରକାର କଣ ନିଜର ପାରଦର୍ଶିତା ଦେଖାଇଲା ବୋଲି ଯେଉଁ ପ୍ରଶ୍ନ ସାମ୍ନାକୁ ଆସିଛି ତାର ଉତ୍ତର ଦେବ କିଏ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ