Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ ରାଜ୍ୟ ଉତ୍ସବରେ ଦ୍ୱିତୀୟ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲା

ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ) ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଭୁବନେଶ୍ୱର ତରଫରୁ ନିରାଡ଼ମ୍ବର ରେ ବିଶ୍ୱ ଜନସଂଖ୍ୟା ନିୟନ୍ତ୍ରଣ ପକ୍ଷ ପାଳନ ହୋଇଯାଇଅଛି।bଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିବାର ନିୟନ୍ତ୍ରଣ ବିଭାଗ ର ସମସ୍ତ ବିଭାଗରେ ସଫଳତା ଓ ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁଁ ସାରା ରାଜ୍ୟରେ ସୁବର୍ଣ୍ଡପୁର ସ୍ବାସ୍ଥ୍ୟ ବିଭାଗ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ବି ଡି ଡା ଗୋପାଳ ଚନ୍ଦ୍ର ମଲ୍ଲିକ ଓ ଡି ଏମ ଆର ସି ଏଚ ସୁଧାଂଶୁ ଶେଖର ନାୟକ ଉପସ୍ଥିତ ରହି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଜନସ୍ୱାସ୍ଥ୍ୟ ଡା ଜିତେନ୍ଦ୍ର ମୋହନ ବେଵର୍ତ୍ତା, ନିର୍ଦେଶକ ପରିବାର କଲ୍ୟାଣ ଡା ସଂଯୁକ୍ତା ସାହୁଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରି ଜିଲ୍ଲା ର ଗୌରବ ବଢ଼ାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ