Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଲେରିଆ ,ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଓ କୁଷ୍ଠ ରୋଗ ନିମନ୍ତେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଓ ବିଶ୍ୱ ଜନସଂଖ୍ୟା ପକ୍ଷ ସଚେତନତା ରଥର ଶୁଭାରମ୍ଭ

ସମ୍ବଲପୁର :ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ବିଶ୍ୱ ଜନସଂଖ୍ୟା ପକ୍ଷ ୨୦୨୪ ଏବଂ ମ୍ୟାଲେରିଆ ଡେଙ୍ଗୁ ଡାଇରିଆ, ଯକ୍ଷ୍ମା ଓ କୁଷ୍ଠ ରୋଗ ସର୍ବେକ୍ଷଣ ଅଭିଯାନ ନିମନ୍ତେ ଏକ ସଚେତନତା ବୈଠକ ସମ୍ବଲପୁର ମହାନଗର ନିଗମ ଠାରେ ଅନୁଷ୍ଠିତ ହୋଇ ଏହି ରଥର ଶୁଭାରମ୍ଭ କରାଯାଇଛି।ବୈଠକରେ ବେଦଭୂଷଣ (ଆୟୁକ୍ତ ସମ୍ବଲପୁର ମହାନଗର ନିଗମ) ସଭାପତିତ୍ୱ କରିଥିଲେଲl ଅନ୍ୟ ମାନଙ୍କ ମଧ୍ୟରେ ଡl.ସୁଜାତା ମିଶ୍ର (ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ) ଡା. ପ୍ରଦୀପ କୁମାର ହୋତା (ଅତିରିକ୍ତ ଜ଼ିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ) ଡା.ମହେନ୍ଦ୍ର ନନ୍ଦ (ନଗର ସ୍ୱାସ୍ଥ୍ୟ ଅଧିକାରୀ ) ଡା.ସୁଚିତ୍ରା ସାହୁ (ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକଟର ବାହିତ ରୋଗ), ଝୁନୁରାଣୀ ଦେଇ (ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ) ଏହି ସବୁ ରୋଗର କାରଣ,ଲକ୍ଷଣ ଓ ପ୍ରତିକାର ସଂପର୍କରେ ଆଲୋଚନା କରି ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲେ।ଏଥିରେ ସ ବିଭିନ୍ନ ୱାର୍ଡର ୱାର୍ଡ ଅଫିସର ,ମହିଳା ସ୍ୱାସ୍ଥ୍ୟ କର୍ମୀ ,ମେଡିକାଲ ଅଫିସର, ଆଶା , ପିଏଚଏମ ଓ ସିପିଏମୟୁ ଟିମ ପ୍ରମୁଖ ଉପସ୍ଥିତ ଥିଲେ l
ମହାନଗର ଆୟୁକ୍ତ ବେଦଭୂଷଣ ଶୁଷ୍କ ଦିବସ ପ୍ରତି ଶୁକ୍ରବାର ଦିନ ସାରା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୱାର୍ଡ ସ୍ତର ରେ ପାଳନ କରିବା ସହ ପ୍ରତ୍ୟେକ ଆଶା କର୍ମୀ ଘରକୁ ଘର ପରିଦର୍ଶନ କରି ଏହି ବାର୍ତ୍ତା ଦେବାକୁ କହିଥିଲେ।ଏହା ସହ ହାତ ଧୁଆ ,ପରିସ୍କାର ପରିଚ୍ଛନ୍ନତା ,ମ୍ୟାଲେରିଆ, ଡେଙ୍ଗୁ, ଡ଼ାଇରିଆ କୁ ନେଇ ଜନସଂଖ୍ୟା ପକ୍ଷ ଆଗାମୀ ଅଗଷ୍ଟ ୧୦ ରୁ ୧୯ ପର୍ଯ୍ୟନ୍ତ ହେବାକୁ ଥିବା ଫାଇଲେରିଆ ପାଇଁ ସାମୁହିକ ଔଷଧ ସେବନକୁ ପ୍ରତିଟି ହୀତାଦିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା।ଏହାପରେ ଏହି ଉଦ୍ଦେଶ୍ଯରେ ବିଶ୍ୱ ଜନସଂଖ୍ୟା ସଚେତନତା ରଥ ଗୁଡିକୁ ପତାକା ଦେଖାଇ ବେଦ ଭୂଷଣ (ପୌର ଆୟୁକ୍ତ ) ଶୁଭାରମ୍ଭ କରିଥିଲେ lଏହି କାର୍ଯ୍ୟକ୍ରମକୁ ନଗର ଯୋଜନା ପରିଚାଳକ(ସିପିଏମ୍) ନିକୁ ରଞ୍ଜନ ପ୍ରତିହାରୀ ପରିଚାଳନା କରିଥିବା ବେଳେ ବନ୍ଦନା ନାୟକ ,କଳ୍ପା ପରମାର,ଡି.ଏନ ସିଂଦେଓ ଓ ବାଲେଶ୍ୱର ବିଶି ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ