Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ଆଜି ରାମ ଓ ଲକ୍ଷ୍ମଣ ବେଶରେ ଦର୍ଶନ ଦେଲେ ବଡ଼ ଠାକୁର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବଡ଼ବଜାର ଗୁଣ୍ଡିଚା ମନ୍ଦିର ଠାରେ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ରାମ ଓ ଲକ୍ଷ୍ମଣ ବେଶରେ ( ଗୁରୁବାର )ଦର୍ଶନ ଦେଇଛନ୍ତି। କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ। ସେପଟେ ଆଜି ପବିତ୍ର ହେରା ପଞ୍ଚମୀରେ ମାଁ ଲକ୍ଷ୍ମୀ କ୍ରୋଧିତ ହୋଇ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଆସିବା ପାଇଁ ନିମନ୍ତ୍ରଣ କରି ଫେରିବା ବେଳେ ଅଷ୍ଟବେତାଳଙ୍କ ସହାୟତା ରେ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଡ଼ଠାକୁର ଙ୍କ ଯାତ୍ରା ଅବସରରେ ବଡ଼ବଜାର ‘ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି’ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଠାରେ ସନ୍ଧ୍ୟା ସମୟ ରୁ ରାତି ପର୍ଯ୍ୟନ୍ତ ପ୍ରତ୍ୟହ ସୁନ୍ଦର ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ‘ଭକ୍ତି ଆରାଧନା’ ଭଜନ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ସହିତ ଭଜନ କାର୍ଯ୍ୟକ୍ରମର ମଜା ନେଇଥିଲେ। ସେହିପରି ଆସନ୍ତା କାଲି ଶୁକ୍ରବାର ‘ସୁର ଧାରା’ ଭଜନ ସନ୍ଧ୍ୟା ଖୋର୍ଦ୍ଧା ର କାର୍ଯକ୍ରମ ରହିଛି। ସେହିପରି ବୃନ୍ଦାବନ ମନ୍ଦିରରେ ପ୍ରଭୁ ଜଗନ୍ନାଥ ରାମ ଅବତାର ରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ଠାକୁର ପ୍ରଭୁ ଦଧିବାମନ ମଝିପଡା ଠାରେ ରାମ ଓ ଲକ୍ଷ୍ମଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଥନାପତି ପଡା ରେ ମଧ୍ୟ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ ଲାଭ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ