Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନସଂଖ୍ୟା ନିରୋଧକ ଆଇନ ପ୍ରଣୟନ ପାଇଁ ଦାବୀ ପତ୍ର ପ୍ରଦାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ୧୧ ଜୁଲାଇ ହେଉଛି ବିଶ୍ଵ ଜନସଂଖ୍ୟା ଦିବସ। ଜନସଂଖ୍ୟାକୁ ନେଇ ଆଗରୁ ଦେଶରେ ବିଭାଜନ ହୋଇ ସାରି ଥିବାବେଳେ ଆଜି ଦେଶରେ ଭାରତ ଜନସଂଖ୍ୟା ବିସ୍ପୋରଣ ହୋଇ ଚୀନକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ହୋଇସାରିଛି। ଏଭଳି କ୍ଷେତ୍ରରେ ଦେଶରେ ଖାଦ୍ୟ ବସ୍ତ୍ର ବାସଗୃହ ଓ କର୍ମ ସଙ୍କଟ ସୃଷ୍ଟି ହୋଇଛି। ଏଣୁ ଏକ ଦୃଢ଼ ଜନସଂଖ୍ୟା ନିରୋଧକ ଆଇନ୍ ପ୍ରସ୍ତୁତ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ କୋଅଡିନେଟର ବଳଦେବ ପ୍ରସାଦ ବେଦବାକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ମିଶ୍ର, ରାଜ୍ୟ ସଂପାଦିକା ଶ୍ରୀମତୀ ଆରତୀ ଖମାରୀ, ସୋନପୁର ଜିଲ୍ଲା ସଂରକ୍ଷକ ସଞ୍ଜିବ ବେଦବାକ, ଜିଲ୍ଲା କୋଷାଧ୍ୟକ୍ଷ ସିର୍ଣିବାସ ଚାନ୍ଦ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ବାପି ଦାସ୍, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପୂର୍ଣ୍ଣିମା ସା, ଜିଲ୍ଲା ଉପସଭାପତି ସୁରେଶ ମିଶ୍ର, ଜିଲ୍ଲା ସମ୍ପାଦକ ଜୟନାରାଣ ଗୁରୁ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ମହାପାତ୍ର, ଶିବ ସେଠୀ, ଜିଲ୍ଲା ସମ୍ପାଦକ ଦୁଆରୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ