Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ର ଶୁଭାରମ୍ଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ଅବସ୍ଥିତ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ସରଣୀ କାର୍ଯ୍ୟକାରୀ କରାଯାଇଥିବା ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆବେଦନକାରୀ ମାନେ ଏଣିକି ସ୍ୱୟଂ ଚାଳିତ ବୈଦ୍ୟୁତିକ ସରଣୀରେ ଗାଡି ଚଳେଇ ଟେଷ୍ଟିଙ୍ଗ ଦେବାକୁ ପଡ଼ିବ। ଏଠାରେ ଅତ୍ୟାଧୁନିକ ସ୍ୱୟଂ ଚାଳିତ ସରଣୀ କାର୍ଯ୍ୟକାରୀ ହେବା ଫଳରେ ଡ୍ରାଇଭିଂ ଟେଷ୍ଟିଙ୍ଗରେ ଆଉ ମନୁଷ୍ୟ କୃତ କୌଣସି ପ୍ରକାର ହସ୍ତକ୍ଷେପ ରହିବ ନାହିଁ। ଏଇ ବୈଦ୍ୟୁତିକ ସରଣୀରେ ଗାଡି ଚାଳନାର ପରୀକ୍ଷା ଦେଇଥିବା ଆବେଦନକାରୀ ମାନଙ୍କ ଦ୍ୱାରା ଠିକ ବା ଭୁଲ ଗାଡି ଚାଳନାର ଟିକିନିକି ତଥ୍ୟ କମ୍ପୁଟରରେ ରିପୋର୍ଟ ପ୍ରକାଶିତ ହେବ। ଏଇ ରିପୋର୍ଟ ଆଧାରରେ ଆବେଦନକାରୀ ମାନଙ୍କୁ ପାସ ଓ ଫେଲ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ଗାଡି ଚାଳନା ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କାରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ସୂଚନା ଦେଇଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁରରେ ଆରମ୍ଭ ହୋଇଥିବା ଏଇ ଅତ୍ୟାଧୁନିକ ବ୍ୟବସ୍ଥା ରାଜ୍ୟର ୯ ତମ ହୋଇ ଥିବାବେଳେ ଏଇ ବ୍ୟବସ୍ଥାକୁ ଅଟୋମେଟେଡ଼ ଡ୍ରାଇଭିଂ ଟେଷ୍ଟିଙ୍ଗ ସିଷ୍ଟମ ( ଏଡିଟିଏସ ) କୁହାଯାଉଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ) ମାଧ୍ୟମରେ ସ୍ୱୟଂ ଚାଳିତ ହେବା ସହିତ ସିଷ୍ଟମ ରେ ତଥ୍ୟ ସଂଗ୍ରହ ପାଇଁ ୧୯ ଟି ସ୍ୱୟଂ ଚାଳିତ କ୍ୟାମେରା ସଂଯୁକ୍ତ ହୋଇଛି। ଏହି କ୍ୟାମେରା ଦ୍ୱାରା ଆବେଦନକାରୀ ମାନଙ୍କ ଡ୍ରାଇଭିଂ ଟେଷ୍ଟିଙ୍ଗ ସମ୍ପର୍କିତ ସମସ୍ତ ଫୋଟୋ ଚିତ୍ର ଓ ତଥ୍ୟ ଉତ୍ତୋଳିତ ହୋଇ ସିଧାସଳଖ କମ୍ପ୍ୟୁଟର ଡାଟାବେସକୁ ଚାଲିଯିବା ଏବଂ ସେହି ରିପୋର୍ଟ ଆଧାରରେ ପରିବହନ ଅଧିକାରୀ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହି ବ୍ୟବସ୍ଥାର କାର୍ଯ୍ୟକାରୀତା ନିମନ୍ତେ ପୁଣେ ଓ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ଜିଲ୍ଲାକୁ ଆସି କାର୍ଯ୍ୟର ତଦାରଖ କରୁଥିଲେ। ଆଜିର ଏହି ପରୀକ୍ଷାମୂଳକ ତଥା ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଜେନା ଏବଂ ଏମଭିଆଇ ଶ୍ରୀ ବିଶ୍ୱ ରଞ୍ଜନ ସାହୁ ଉପସ୍ଥିତ ରହି ସ୍ବୟଂ ଚାଳିତ ଟେଷ୍ଟିଙ୍ଗର ଆରମ୍ଭ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ