Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର:ମହରମ ପାଇଁ ପ୍ରସ୍ତୁତି ଯୋରଦାର

ସମ୍ବଲପୁର:ଆଉ ଦିନ କେଇଟା ପରେ ମୁସଲମାନ ସମ୍ପ୍ରଦାୟର ଅନ୍ୟତମ ପ୍ରମୁଖ ପର୍ବ ମ‌ହରମ ପାଳନ କରାଯିବ। ତେବେ ଏଥିପାଇଁ ସବୁଠି ଯୋରଦାର ପ୍ରସ୍ତୂତି ଚାଳିଥିବା ବେଳେ ସମ୍ବଲପୁର ସହର ଠାରେ ମ‌ହରମ ପର୍ବର ମୁଖ୍ୟ ଆକର୍ଷଣ ତାଜିଆ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରିରହିଛି । ମ‌ହରମ ପର୍ବରେ ତାଜିଆ ର ବିଶେଷ ସ୍ୱତନ୍ତ୍ରତା ରହିଥିବା ବେଳେ ସୁସଜ୍ଜିତ ତାଜିଆ ନିର୍ମାଣ କରିବା ପାଇଁ ସବୁ କମିଟି ପକ୍ଷରୁ ପ୍ରୟାସ କରାଯାଉଛି। ଅନ୍ୟପକ୍ଷରେ ସମ୍ବଲପୁର ସହରରେ ସୁନାପାଲି,ଭୁତାପଡା, ମୋତିଝରଣ, କୁମ୍ଭାରପଡ଼ା, ବଡବଜାର, ପେନସନପଡା ସମେତ ୮ ଗୋଟି ମହରମ କମିଟି ପକ୍ଷରୁ ମହରମ ଅବସରରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ସମ୍ବଲପୁର ହୀରାକୁଦ କଲୋନୀ ସ୍ଥିତ ଜୱ।ନ ଏ ହିନ୍ଦ କ୍ଳବ ଠାରେ ସମ୍ବଲପୁର ସହରର ବଡବଜାର, ଦଲେଇପଡା ମହରମ କମିଟି ସହ ଝାରସୁଗୁଡ଼ା ଜିଲ୍ଲାର ମଧ୍ୟ ମହରମ ପାଇଁ ତାଜିଆ ନିର୍ମାଣ କରାଯାଉଛି। ସମ୍ବଲପୁର ଦଲେଇପଡାର ପଙ୍କଜ ଡନସନା, ଚୈତନ ସା,ପ୍ରଶାନ୍ତ ବାଗ ଓ ଜଗନ୍ମାଥ ସେଠ ପ୍ରମୁଖ କାରିଗର ମାନଙ୍କୁ ନେଇ ଗଠିତ ଟିମ୍ ମ‌ହରମ ତାଜିଆକୁ ସୁନ୍ଦର ଭାବରେ ନିର୍ମାଣ କରିବା କାର୍ଯ୍ୟରେ ଲାଗିପଡିଛନ୍ତି। ଏହି କାରିଗର ମାନେ ବହୁ ବର୍ଷ ଧରି ମୁସଲମାନ ମାନଙ୍କ ପ୍ରମୁଖ ପର୍ବ ମ‌ହରମ ରେ ତାଜିଆ ନିର୍ମାଣ କାର୍ଯ୍ୟ କରି ଆସୁଛନ୍ତି। ଜୱ।ନ ଏ ହିନ୍ଦ କ୍ଳବର ସମ୍ପାଦକ ମ‌ହମ୍ମଦ ଇସାକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ତାଜିଆ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟରେ ସବୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଳି ସୁଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ