Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟିଖାଲ ବନ ସୁରକ୍ଷା ସମିତି ପକ୍ଷରୁ ବନ ମହୋତ୍ସବ

ସମ୍ବଲପୁର:ସଦର ବନାଞ୍ଚଳ ଅଧିକାରୀ ହରିଶଙ୍କର ନାୟକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଦିନ ୩ ସମୟରେ ସମୟରେ ସଦର ବନାଞ୍ଚଳର ମାଟିଖାଇ ବନସୁରକ୍ଷା ସମିତିରେ ୭୫ ତମ ବନମହୋତ୍ସବ ପାଳିତ ହୋଇଯାଇଛି।ଏଥିରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,ମାଟିଖାଇ ର ଛାତ୍ରଛାତ୍ରୀ,ପ୍ରଧାନ ଶିକ୍ଷୟତ୍ରୀ ଶୁଭ୍ରା ବେହେରା ଓ ସହକାରୀ ଶିକ୍ଷୟତ୍ରୀ ମମତା ପଟେଲ ବନସୁରକ୍ଷା ସମିତିର ସଭ୍ୟ,ସଭ୍ୟା , ବନପାଳ ସୁଚରିତା ମେଣ୍ଡେଲି , ସଭାପତି ଉମାଶଙ୍କର ତ୍ରିପାଠୀ,କ୍ଷେତ୍ର ସଂଯୋଜକ ବୃନ୍ଦାବନ ପ୍ରଧାନ, ଉମାକାନ୍ତ ପୋଢଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ନାୟକ, ବେଦବ୍ୟାସ ସାହୁ,ବନସହାୟିକା ବିଳାସିନୀ ସାଳମା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଦିବସ ଅବସରରେ ମାଁ ପାଇଁ ଗଛଟିଏ ନାରାଦେଇ ସାମୁହିକ ବୃକ୍ଷରୋପଣ କରିଥିଲେ। ଆଗାମୀ ଦିନରେ ବିଶ୍ୱ ତାପନ କୁ ରୋକିବାରେ ବୃକ୍ଷରୋପଣର ଆବଶ୍ୟକତା ତଥା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ‌ ଉପରେ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର କର୍ମକର୍ତ୍ତା ମାନେନିଜ ନିଜ ଅଭିଭାଷଣରେ କହିଥିଲେ।