ତାତିରୁ ମିଳିବ ତ୍ରାହି; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା


ଭୁବନେଶ୍ୱର:  ଆଜିଠୁ ତାତିରୁ ମିଳିବ ଆଶ୍ବସ୍ତି। ଖସିବ ପାରଦ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁ ତାତିରୁ ତ୍ରାହି ମିଳିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜାରି ହୋଇଥିବା ହିଟ ୱେଭ୍‌ ୱାର୍ଣ୍ଣିଂ ହଟେଇ ଦିଆଯାଇଥିବା ସୂଚନା ମିଲିଛି । ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି ।

ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ୨୪ରୁ ବଢିବ ବର୍ଷାର ପରିମାଣ। ୨୬ ତାରିଖ ଯାଏଁ ତାତି ସାମାନ୍ୟ କମ ରହିବ। ଏହାପରେ ୨୭ରୁ ପୁଣି ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।