ମନ୍ଦିର ଭିତରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଆଜି ଗଣତି ହେବନି, ଖାଲି ରତ୍ନଭଣ୍ଡ।ର ଖୋଲାଯିବ


ପୁରୀ: ଆଜି ଖୋଲିବ ରତ୍ନଭଣ୍ଡାର । ଏ ନେଇ ଶୁଭ ମୁହୂର୍ତ୍ତ ମଧ୍ୟ ଆସି ଯାଇଛି । ଆଜି ଦିନ ୧ଟା ୨୮ ଶୁଭ ମୁହୂର୍ତ୍ତରେ ଖୋଲିବ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ୧୧ ଜଣ ସଦସ୍ୟ । ତେବେ ଆଜି ଗଣତି ହେବନି, ଖାଲି ରତ୍ନଭଣ୍ଡ।ର ଖୋଲାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ସେ କହିଛନ୍ତି, ଆଜି ଅଳଙ୍କାରର ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ହେବ । ତେଣୁ ଆଜି ଗଣତି ହେବନି । ଭିତର ଓ ବାହାରର ଚାବି ଖୋଲାଯାଇ ଅଳଙ୍କାର ସିଫ୍ଟିଂ ହେବ ।

ରତ୍ନଭଣ୍ଡାରର ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ୧୧ ଜଣ ସଦସ୍ୟ । ଶ୍ରୀମନ୍ଦିର ପରିସରରେ ଆଲୋଚନା ଚାଲିଛି । ମୁଖ୍ୟ ପ୍ରଶାସକ ଟ୍ରେଜେରୀରୁ ଚାବି ମଗାଇଛନ୍ତି । ମୋଟ୍ ୧୧ ଜଣ ସଦସ୍ୟ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ, ରତ୍ନଭଣ୍ଡାର ସବ କମିଟିର ଜଣେ, ହାଇଲେବୁଲ କମିଟିର ୨ ସଦସ୍ୟ, ଗଜପତି ମହାରାଜଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢାଉ କରଣ ଓ ଦେଉଳ କରଣ ମନ୍ଦିରକୁ ପ୍ରବେଶ କରିଛନ୍ତି ।