ଆଗକୁ ନିର୍ବାଚନ; ଜମିଲାଣି ପ୍ରଚାର, ଆଜି ପ୍ରାର୍ଥିପତ୍ର ଯାଞ୍ଚ୍‌


ଭୁବନେଶ୍ୱର: ଆଗକୁ ନିର୍ବାଚନ। ତେଜୁଛି ନିର୍ବାଚନୀ ତାତି। ସରଗରମ ରାଜନୀତି। ଅଣ୍ଟା ଭିଡିଲେଣି ପ୍ରମୁଖ ଦଳ। ତେବେ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବାବେଳେ ଆଜି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ୨୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିବ ।

ଝାରସୁଗୁଡା ଉପନିର୍ବାଚନ ଲାଗି ଜମୁଛି ପ୍ରଚାର। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି କ୍ୟାମ୍ପେନିଂ। ପ୍ରଚାର ପ୍ରସାରରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଗତକାଲି ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି ବିଜେଡି । ଟିମରେ ରହିଛନ୍ତି ବରିଷ୍ଠ ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ତାଲିକାରେ ସର୍ବାଗ୍ରେ ରହିଛନ୍ତି।

ଏହି ତାଲିକାରେ ଦୁଇ ନମ୍ବରରେ ରହିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବଡ଼ ବ୍ୟବଧାନରେ ବିଜୟ ହାସଲ କରିବା ନେଇ ଆଶା ବାନ୍ଧିଛି ବିଜେଡି।