ପରମାଣପୁରରେ ବୃକ୍ଷରୋପଣ

ସମ୍ବଲପୁର:ସତ୍ୟସାଇ ଭଜନ ମଣ୍ଡଳୀ ପରମାଣପୁର ଶାଖା ପକ୍ଷରୁ ପ୍ରେମତରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପରମାଣପୁର ମହାବିଦ୍ୟାଳୟ ଠାରେ ଗତ ଶନିବାର ଦିନ ପ୍ରାୟ ୯୮ ଟି ବୃକ୍ଷରୋପଣ କରାଯାଇଥିଲା।ଏହି ସମୟରେ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବା ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା କରୁଣାକର ବିଶ୍ୱାଲ ଜଣାଇଛନ୍ତି।