ସୁସ୍ଥ ମାଁ ସୁସ୍ଥ ଶିଶୁ କାର୍ଯ୍ୟକ୍ରମ


ସମ୍ବଲପୁର: ସ‌ହରର ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟର ଠାରେ ରବିବାର ସୁସ୍ଥ ମାଁ ଏବଂ ଖୁସି ଶିଶୁ ପ୍ରକଳ୍ପ ଅନ୍ତର୍ଗତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭିମସାର ମେଡିକାଲ୍ କଲେଜର ସ୍ତ୍ରୀ ଓ ପ୍ରସ୍ତୃତି ବିଭାଗର ପ୍ରଫେସର ଡାକ୍ତର ସର୍ମିଲା ପ୍ରଧାନ ଯୋଗଦାନ କରି ଉପସ୍ଥିତ ମାଁ ମାନଙ୍କୁ ସ୍ୱଚ୍ଛତା, ଖାଦ୍ୟ ପ୍ରଣାଳୀ ଏବଂ ନବଜାତ ଶିଶୁଙ୍କୁ ଉପଯୁକ୍ତ ସ୍ତନପାନ ବିଷୟରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ୩୦ ଜଣ ମହିଳା ଙ୍କୁ ଭିଟାମିନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କ୍ଳବର ସଭାପତି ବିଲାଲ୍ ମଲ୍ଲିକ୍ , ସମ୍ପାଦକ ସୁମିତ ନାୟକ ,ପ୍ରକଳ୍ପ ଅଧ୍ୟକ୍ଷା ସୁଚିସ୍ମିତା ଷଡ଼ଙ୍ଗୀ,ସହ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପ୍ରଧାନ ଙ୍କ ସମେତ କ୍ଳଵର ସମସ୍ତ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ।