କଲମ ପରିବାର ପକ୍ଷରୁ ମାସିକ କବିତା ଆସର

ସମ୍ବଲପୁର ରବିବାର ସନ୍ଧ୍ୟାରେ କଲମ ପରିବାର ପକ୍ଷରୁ ମାସିକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲମ ପରିବାର ପକ୍ଷରୁ ସଭାପତି ଜୟକୃଷ୍ଣ ବେହେରା,ଆବାହକ ତଫିଜୁଲ ହୁସେନ ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବର୍ଣ୍ଣାଢ଼୍ୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ,ଐତିହାସିକ ତଥା ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପଣ୍ଡା , କଲମ ପରିବାର ପକ୍ଷରୁ ସତ୍ୟନାରାୟଣ ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କଲମ ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଥିବା ସମ୍ବଲପୁରୀ ବହିହାଟ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ବହୁ କବି କବିୟତ୍ରୀ ଯୋଗଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ।