Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ାରେ ବାଘ ଆତଙ୍କ

ଖଡ଼ିଆଳ: ନୂଆପଡାରେ ପୁଣି ବାଘ ଆତଙ୍କ । ବାଛୁରୀକୁ ମାରି ଶିକାର କଲା କଲରାପତରିଆ ବାଘ । କେନ୍ଦୁବାହାରା ବିଟ ଅମାନାରା ସେକ୍ସନ ବ୍ରାହ୍ମଣି ଗାଁର ଘଟଣା । ଅଗୁନ ରାଉତଙ୍କ ବାଛୁରୀ ମହୁଲ ଫୁଲ ଖାଇବାକୁ ଯାଇଥିବା ବେଳେ ଭୋର ସମୟରେ ବାଘ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୁଚନା ଦେଲେ ଫରେଷ୍ଟର ଚୁଡାନାଥ ସରାଫ୍ । ୬ ଦିନ ହେବ ସିଲିଆରୀ ବାହାରା ଅଞ୍ଚଳରୁ ଏକ ଅସୁସ୍ଥ ବାଘକୁ କାବୁ କରି ଚିକିତ୍ସା କରାଯାଉଥିବା ବେଳେ ଏବେ ପୁଣି ଏକ ବାଘ ସେହି ଅଞ୍ଚଳରେ ଖେଳାଉଛି ଆତଙ୍କ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ