ଆକ୍ସନ ମୋଡରେ ମୋହନ ସରକାର, ସରକାରୀ ଜମି ଜବରଦଖଲ କରି ନିର୍ମାଣ କୋଠା ଉପରେ ବୁଲିବ ବୁଲଡୋଜର


ସମ୍ବଲପୁର: ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିବା ଲୋକ ସାବଧାନ । ସେମାନଙ୍କ ଘର ଉପରେ ବୁଲିବ ବୁଲଡୋଜର। ମାଟିରେ ମିଶିବ କୋଠା। ଜବରଦଖଲ ନେଇ ବୁଧବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହନ୍ତି। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଭଙ୍ଗାହେବ। ବଡ଼ବଡ଼ ଲୋକଙ୍କ ମୁଖା ଖୋଲିବ। ଏଣୁ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ବି ‌ତାକୁ ଏଥିରୁ ବାଦ ଦିଆଯିବ ନାହିଁ।

ଏବେ ଆକ୍ସନ ମୋଡରେ ଅଛନ୍ତି ମୋହନ ମାଝୀଙ୍କ ସରକାର । ସିଧାସଳଖ ଲୋକଙ୍କ ସହ କଥା ହୋଇ ସମସ୍ୟା ପଚାରି ବୁଝୁଛନ୍ତି । ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏବେ ଜମି ଜବରଦଖଲକାରୀଙ୍କ ଉପରେ ଆକ୍ସନ ନେବାକୁ ଯାଉଛନ୍ତି ରାଜ୍ୟର ବିଜେପି ସରକାର ।