Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ:ଜବରଦଖଲ କାରୀଙ୍କ କୋଠାରେ ବୁଲିବ ବୁଲଡୋଜର

ସମ୍ବଲପୁର:ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ବି ଘର ଭଙ୍ଗା ହେବ ।ବୁଲିବ ବୋଲଡୋଜର।ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ କୋଠା। ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବରୁ ସାରା ରାଜ୍ୟରେ ସରକାରୀ ବେଆଇନ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସରକାରୀ ଜମି ଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୋଇଥାଏ। କିନ୍ତୁ ଅନେକ ଯାଗାରେ ସରକାରଇ ଜମି ଜବରଦଖଲ ହୋଇଥିବାରୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏବେ ଜବର ଦଖଲକାରୀଙ୍କ ଉପରେ ସରକାର ଆକ୍ସନ ମୁଡରେ କାମ କରିବା ଆରମ୍ଭ କରିଛନ୍ତି।ମନ୍ତ୍ରୀଙ୍କ ଏଭଳି ବୟାନରେ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶି ଯାଇଛି।
ଆଜି ଗୁଡେଶ୍ୱର ମନ୍ଦିର ଓ ଦୁର୍ଗାପାଲି ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମନ୍ତ୍ରୀ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ