Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୂଳରୁ ମନ୍ଦିର ନାହିଁ ରଥ ଓ ବାହୁଡା ଯାତ୍ରାରେ ଚମକୁଛି ମୁଣ୍ଢେନପାଲି ଗାଁ

ସମ୍ବଲପୁର: ମୂଳରୁ ମନ୍ଦିର ନାହିଁ କିନ୍ତୁ ପବିତ୍ର ରଥ ଓ ବାହୁଡା ଯାତ୍ରାରେ ଚମକିଥାଏ ମୁଣ୍ଢେନପାଲି।ପୁଣି ସବୁଠି ଯାତ୍ରା ସରିବା ପରେ ତୃତୀୟ ଦିନରେ ଜମନକିରା ବ୍ଲକ୍ ମୁଣ୍ଢେନପାଲି ଠାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।
ପ୍ରଭୁ ଜଗନ୍ନାଥ ବା ମନ୍ଦିର ନଥାଇ ମୁଣ୍ଢେନପାଲିର ଏହି ରଥ ଓ ବାହୁଡା ଯାତ୍ରା କିନ୍ତୁ ଖୁବ ପ୍ରସିଦ୍ଧ।ଲୋକରଣ୍ୟରେ ଭରପୁର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନ୍ୟ ରଥଯାତ୍ରା ପରି ରିତି ନୀତି ଅନୁଯାୟୀ ଛେରାପହଁରା କରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏପରିକି ଏହି ଯାତ୍ରା ଅବସରରେ ମିଷ୍ଟାନ୍ନ ବଜାର ସହିତ ବହୁ ରକମର ବଜାର ବସି ମୀନାବଜାରର ଭ୍ରମ ସୃଷ୍ଟି କରିଥାଏ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମଧ୍ୟ ବହୁ ଉତ୍ସାହ ଆନନ୍ଦର ସହିତ କିଣା ବିକାରେ ସାମିଲ ହୋଇ ଅଞ୍ଚଳର ପ୍ରସିଦ୍ଧି ଦିଗରେ ବଡ ଭୂମିକା ନେଇଥାନ୍ତି।
ଗାଁର ପୁରୁଖା ଲୋକଙ୍କ ମତରେ ମୁଣ୍ଢେନପାଲି ଓ ସନ୍ନିକଟ ଭେଜିକୁଦ ଗ୍ରାମବାସୀ ଜଗନ୍ନାଥ ଭକ୍ତ।ଗାଁର ଭାଗବତ ଟୁଙ୍ଗୀରେ ବସି ରାମାୟଣ ମହାଭାରତ ଚର୍ଚାରୁ ଜଗନ୍ନାଥ ଙ୍କ ଘୋଷଯାତ୍ରା କରିବାକୁ ନିଷ୍ପତ୍ତି ନିଅନ୍ତି। ଗାଁରେ ମନ୍ଦିର କିମ୍ବା ପ୍ରଭୁ ଜଗନ୍ନାଥ ନଥିବାରୁ ପଡୋଶୀ ପଞ୍ଚାୟତ ଖରସନମାଲ ଜଗନ୍ନାଥ ମନ୍ଦିର କମିଟିକୁ ଯାଇ ନିଜ ନିଷ୍ପତ୍ତି ଉପରେ ଜଣାନ୍ତି। ଖରସନମାଲ ଗ୍ରାମବାସୀ ମଧ୍ୟ ମୁଣ୍ଡେନପାଲି ଗ୍ରାମବାସୀଙ୍କ ନିଷ୍ପତ୍ତି କୁ ଅକୁଣ୍ଠ ଚିତ୍ତରେ ସମ୍ମାନ ଜଣାଇ ସେମାନଙ୍କ ଯାତ୍ରାପରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ମାଙ୍କୁ ଦେବା ପାଇଁ ଆଲୋଚନା ପରେ ଆଜକୁ ୭୨ ବର୍ଷ ହେଲା ଏହି ପରମ୍ପରା ଚଳି ଆସୁଛି। ଖରସନମାଲ ରଥ ଯାତ୍ରା ଓ ବାହୁଡା ଯାତ୍ରା ସରିବା ପରେ ଅର୍ଥାତ ତୃତୀୟ ଦିନରେ ପ୍ରତିବର୍ଷ ଏହି ଯାତ୍ରା ହୋଇଥାଏ।ସେହି କ୍ରମରେ ଆଜି ମୁଣ୍ଢେନପାଲିରେ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟି ସରଧାବାହାଲ(ଘୁସୁରାଗୁଡା)ରୁ ପ୍ରଭୁ ଜଗନ୍ନାଥ ଆସି ମୁଣ୍ଢେନପାଲିରେ ପୂଜା ପାଇଥିଲେ।ଗାଁର ଗଅଁତିଆ ସବୁ ବର୍ଷ ଛେରାପହାରା କରିଥାନ୍ତି। ଚଳିତ ବର୍ଷ ଆଶିଷ ଶର୍ମା ଛେରାପହରା କରିଥିଲେ।
ଖରସନମାଲ ଠାରେ ଦ୍ୱିତୀୟ ଦିନରେ ହେଉଥବା ବେଳେ ଚଳିତ ବର୍ଷ ତୃତୀୟ ଦିନରେ ହୋଇଥିବାରୁ ଏହି ବ୍ୟତିକ୍ରମ ଘଟି ସରଧାପାଲି ଉପରେ ମୁଣ୍ଢେନପାଲି ଗ୍ରାମବାସୀଙ୍କୁ ନିର୍ଭର କରିବାକୁ ପଡିଥିଲା।
ଏହି ଯାତ୍ରା ପାଇଁ ପ୍ରତି ବର୍ଷ ଏକ ଦଳ ଗଠନ ହୋଇ ବାଉଁଶ ଭାରରେ ଠାକୁରଙ୍କୁ ଅଣାଯାଇ ଦୂର୍ଗା ମଣ୍ଡପରେ ସ୍ଥାପିତ କରି ପରେ ରୀତି ନୀତି ଅନୁଯାୟୀ ଛେରାପହଁରା କରାଯାଇ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ୨୫ରୁ ଉର୍ଦ୍ଧ୍ବ ଶିଶୁଙ୍କ ରଥ ଛୁଆଁ ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟଯେ,ଚଳିତ ବର୍ଷ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।କିନ୍ତୁ ମନ୍ଦିର ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନଥିବାରୁ ଏହା ଆଗେଇ ପାରୁନାହିଁ ।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀଙ୍କୁ ଭେଟି ମନ୍ଦିର ପାଇଁ କିଛି ଜମି ଦେବାକୁ ଗ୍ରାମବାସୀ ଅଗଭର ହୋଇଛନ୍ତି।