Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ବୃକ୍ଷଦାନ କରି ନିଆରା ଢ଼ଙ୍ଗରେ ଜନ୍ମଦିନ ପାଲିଲେ ସାମ୍ବାଦିକ

ସମ୍ବଲପୁର:ନିଆରା ଢ଼ଙ୍ଗରେ ସାମ୍ବାଦିକ ସ୍ମୃତି ସ୍ୱରୂପ ବାରିକ ପାଲିଲେ ନିଜର ଜନ୍ମ ଦିନ।ଆଜି ପଡିଆବାହାଲ ସରକାରୀ ପ୍ରାଥମିକ ଚିକିତ୍ସାଳୟ ଠାରେ ଏକ୍ତ ଦାନ ଶିବିର ଆୟୋଜନ କରିବା ସହିତ ରକ୍ତଦାତାଙ୍କୁ ବୃକ୍ଷଦାନ କରି ଏହି ନିଆରା ଜନ୍ମ ଦିନକୁ ସବୁ ମହଳରେ ସ୍ୱାଗତ କରାଯାଇଛି।
ଏହି ରକ୍ତଦାନ ଶିବିରରେ ୨ ଜଣ ମହିଳାଙ୍କ ସହିତ ୩୭ ଜଣ ଯୁବ ବର୍ଗ ଓ ଶୁଭେଚ୍ଛୁଙ୍କୁ ମିଶାଇ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ରକ୍ତ ଦାନ ପରେ ସମସ୍ତ ରକ୍ତଦାତାଙ୍କୁ ମିଷ୍ଟାନ ଖିର କଦଳୀ ଦେଇ ଆପ୍ୟାୟିତ କରାଯିବା ସହ ଏକ ବୃକ୍ଷଦାନ କରି ପର୍ଯ୍ୟାବରଣ ଓ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ବାର୍ତ୍ତା ପ୍ରଦାନ କରିଥିଲେ।ସମ୍ବଳର ରାମଦାସ ପଣ୍ଡାଙ୍କ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡା.ଶୁଭମ୍ ଶ୍ରୀ ଖଟୁଆ, କାଉନସିଲର ମଣ୍ଟୁ ପ୍ରଧାନ,ଏଲଟି କରୁଣାକର ସାହୁ,ପାଇନୁ ଭୋଇ,ସଞ୍ଜିବ କୁମାର ଦୋରା ପରିଚାଳନା କରିଥିଲେ।
ଆୟୋଜିତ ଶିବିରରେ ଜିଲ୍ଲା ରେଡକ୍ରସର ଆଜୀବନ ସଦସ୍ୟ ତଥା ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ,ସାମ୍ବାଦିକ ସୁବାସ ନାଥ ଶର୍ମା,ଦୀପକ କୁମାର,ଦେବାଶିଷ ପୁରୋହୀତ,ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଓ ସାମାଜିକ କର୍ମୀ ରାହୁଲ ଗୁପ୍ତା ପ୍ରମୁଖ ଯୋଗଦାନ କରି ସ୍ମୃତି ସ୍ୱରୂପଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଆଜୋଜିତ ଶିବିରରେ ତାପସ ରଞ୍ଜନ ମହାପାତ୍ର ପ୍ରଥମ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ଦୀପକ ବାରିକ,କପିଳ ଭୋଇ,ପ୍ରଶନ୍ନ ଖିଚିଡି,ରାତୁ ମିର୍ଧା,ଆର୍ତ୍ତରାମ ବାଗ୍,ସାନ୍ତାନୁ ବିଶ୍ୱାଳ, ବାବଲୁ ମାଝୀ,ସୁନିଲ ଭୋଇ,କୌଶିକ କଲେତ,ମାନଗୋବିନ୍ଦ ମିର୍ଦ୍ଧା,ପପୁନ ସେଠୀ,ସୌମ୍ୟ ରଞ୍ଜନ ବେହେରା, ସରୋଜ କୁମାର ମହାପାତ୍ର,ସଞ୍ଜିବ ଭୁଏ,ଭରତ ନାଏକ,ପ୍ରମିଳା ମଟାରୀ,ଆଦିତ୍ୟ ପ୍ରଧାନ,ଶ୍ରୀମତୀ ମନିଷା ଭୁୟାଁ,ଶ୍ରୀକାନ୍ତ ସାହୁ,ଗୋବର୍ଦ୍ଧନ ପ୍ରଧାନ,ଦେବଦତ୍ତ ଛୁରିଆ,ସନ୍ତୋଷ ମାଝୀ,ମୁକେଶ ପୋଢ,ଘନଶ୍ୟାମ ମେହେର,ଧନେଶ୍ୱର ଭୋରାସାଗର,ପିଣ୍ଟୁ ମେହେର,ପଣ୍ଡିତ ବିଦ୍ୟା ଭୂଷଣ ନାୟକ,ପଣ୍ଡିତ ସୁଦୀପ୍ତ ନାୟକ,ପ୍ରମୋଦ କୁମାର ମିଶ୍ର,ଧିରଜ ଖଣ୍ଡା,ଆନନ୍ଦ କଉଡି,ଅଂଶୁମାନ ଖିଚଡି,ଅମୀୟ ବିଶ୍ୱାଳ,କପିଳ ପ୍ରଧାନ,ଅମୀର ମହାକୁଡ,ଜଗା ଦାଶ ଓ ଗୁରୁଚରଣ ବାଗ୍ ରକ୍ତଦାନ କରି ସାମ୍ବାଦିକଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି।ଏହି ରକ୍ତଦାତାଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ପ୍ରଥମ ଥର ପାଇଁ ରକ୍ତଦାନ ନିଜର ଖୁସୀ ବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ