Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେତରାଜପୁର ରୁ ସିଟି ରେଲ୍ ଷ୍ଟେସନକୁ ହେବ ଫ୍ଲାଏଓଭର

ସମ୍ବଲପୁର:ସମ୍ବଲପୁର ରେଳ ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ହେବ ଫ୍ଲାଏଓଭର। ନିର୍ମାଣ ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରାଳୟ ଦ୍ୱାରା ପ୍ରକଳ୍ପ ମଞ୍ଜୁରି ହେବା ସହ ଏଥିପାଇଁ ଅର୍ଥ ମଞ୍ଜୁରି ମଧ୍ୟ ହୋଇସାରିଛି। ସମ୍ବଲପୁର ସହର ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ଼ ଉପହାର।
୮.୧୦ କିଲୋମିଟର ଦୀର୍ଘ ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁରି ମିଳିଛି।ଏହାନିର୍ମାଣ ହେଲେ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ରେଳ ସେବା ଉପରେ ନିର୍ଭର କରୁଥିବା ରେଳ ଯାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।ସମ୍ବଲପୁର ଏକ ପୁରାତନ ସହର ହୋଇଥିବା ଯୋଗୁଁ ଯାନବାହାନ ଗମନାଗମନ ରେ ଅନେକ ଟ୍ରାଫିକ ସମସ୍ୟା ଲାଗି ରହୁଛି l ରେଳ ବିଭାଗ ପକ୍ଷରୁ ଫ୍ଲାଏ ଓଭର ନିର୍ମାଣ ହେଲେ ଅନାୟାସରେ ସମ୍ବଲପୁର ରେଳ ଷ୍ଟେସନ (କ୍ଷେତରାଜପୁର ) ରୁ ସମ୍ବଲପୁର ରେଳ ଷ୍ଟେସନକୁ ଯାତ୍ରା ଖୁବ ସହଜ ହେବ ଓ ଖୁବ୍ କମ୍ ସମୟ ମଧ୍ୟରେ ବିଭିନ୍ନ ଟ୍ରେନରେ ଯାତାୟାତ କରିବା ସମସ୍ତଙ୍କ ପାଇଁ ସହଜ ସାଧ୍ୟ ହୋଇପାରିବ ବୋଲି ବିଜେପିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ କହିଛନ୍ତି।
କ୍ଷେତରାଜପୁ୍ରରୁ ସିଟି ରେଲୱେ ଷ୍ଟେସନକୁ ଫ୍ଲଏଓଭର ଭଳି ରେଳବାଇ ମନ୍ତ୍ରାଳୟର ଏହି ବହୁମୁଖୀ ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ପାଣିଗ୍ରାହୀ କୃତଜ୍ଞତା ଜଣାଇଛନ୍ତି l