ଭୁବନେଶ୍ୱର: ଦେଶର ସବୁଠୁ ଖୁସି ରାଜ୍ୟ ତାଲିକାରେ ତୃତୀୟ ସ୍ଥାନରେ ରିହିଛି ଓଡ଼ିଶା । ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି । ଗତ ଥର ୧୬ ନମ୍ବର ସ୍ଥାନ ଅଧିକୃତ କରିଥିଲା ଓଡିଶା। ଏଥର ରେକର୍ଡ କରି ତୃତୀୟ ସ୍ଥାନ ହାସଲ କରିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ବଡ ରାଜ୍ୟମାନଙ୍କ ମଧ୍ୟରେ ସବୁଠୁ ଖୁସି ରାଜ୍ୟ ତାଲିକାରେ ହିମାଚଳ ପ୍ରଦେଶ ପୂର୍ବପରି ଏକ ନମ୍ବର ସ୍ଥାନରେ ରହିଛି । ସେହିପରି କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ସବୁଠୁ ଆଗରେ ରହିଛି।
କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ମଧ୍ୟରୁ ଲାକ୍ଷାଦ୍ୱୀପ ଏକ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ମୋଟ ୭ଟି ତତ୍ତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା । ନିଜ ପସନ୍ଦ ପାଇଁ ସ୍ୱାଧୀନତା , ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ ।