Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା,ଆଗୁଆ ଜାମିନ ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ

ହାଟଡିହି,୨୦/୭ ପିଏଫ ଅନଲାଇନ୍ ଆବେଦନକୁ  କେନ୍ଦ୍ର କରି ଗତ ଜୁନ ୨୭ ତାରିଖ ଗୁରୁବାର କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା l ଗଣ୍ଡଗୋଳରେ ଦୋକାନ ଏବଂ ବାଇକ ପୋଡାଜଳା ସହ ଭଙ୍ଗାରୁଜା ହୋଇଥିଲା l ଜନ ସେବା କେନ୍ଦ୍ରର ମାଲିକ ଅମର ସେଠିଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଅମରଙ୍କ ଭାଇ ଶରତ ସେଠିଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୦୯/୨୦୨୪ଏବଂ ୧୪୭,୧୪୮,୧୪୯,୩୦୭,୩୨୩,୩୨୪,୪୨୭,୩୭୯,୫୦୬,୩୪ ଧାରାରେ ଏକ ମାମଲା ରୁଜୁ କରିଛଥିଲା l ପୂର୍ବରୁ ପୋଲିସ ଚଣ୍ଡିଆବିରଞ୍ଚିପୁର ଗ୍ରାମର ଦାମୋଦର ଯେନା, ବିଜୟ ଓରଫ ଲିପୁ ଯେନାଙ୍କୁ ଗିରଫ କରିଥିଲା l ଅନ୍ୟ ଅଭିଯୁକ୍ତ ଫେରାର ଥିବାରୁ ଗିରଫ କରାଯାଇନଥିବା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି l ଅପରପକ୍ଷେ ଅଭିଯୁକ୍ତ ପ୍ରତାପ ଯେନା, ଭଗବାନ ଯେନା, ଅକ୍ଷୟ ଓ଼ରଫ ତପୁ ଯେନା, ଲୋକନାଥ ଯେନା,ସଞ୍ଜୟ ଓରଫ ସିପେଇ ଯେନା,ଯୋଗେନ୍ଦ୍ର ଯେନା ପ୍ରମୁଖ ୬ ଜଣ ଅଭିଯୁକ୍ତ ଗିରଫରୁ ବର୍ତ୍ତିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି l କେସ ନଂ ଏବିଏଲଏପିଏଲ ୭୩୭୦/୨୦୨୪ ଅଟେ l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଅଭିଯୋଗକାରୀ ଶରତ ସେଠି ଦାବୀ କରିଛନ୍ତି l