ନେଣ ଦେଣ କାରବାର ଘଟଣା : ବାପାଙ୍କୁ ମାଡ଼, ପୁଅକୁ ଅପହରଣ


ହାଟଡିହି,୨୦/୭କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ପନ୍ଦାଡ଼ୋ ଗ୍ରାମର ନରେନ୍ଦ୍ର ନାୟକ ଏବଂ ତାଙ୍କ ପୁଅ ସନାତନ ଶନିବାର ହାଟଡିହୀ ଜେଏମ୍‌ଏଫ୍‌ସି କୋର୍ଟକୁ ଏକ ମାମଲାରେ ଯାଇଥିଲେ । କୋର୍ଟରେ କାମ ସାରି ଘରକୁ ବାଇକ ରେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ନରେନ୍ଦ୍ରଙ୍କୁ ମାଡ଼ ମାରି ରାସ୍ତାକଡ଼କୁ ଫିଙ୍ଗି ଦେଇ ପୁଅ ସନାତନକୁ ଅପହରଣ କରି ନେଇଥିଲେ। ଖବର ପାଇ ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l ଏନେଇ ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି l ତେବେ ଟଙ୍କା କାରବାରକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡିଥିବା ବେଳେ ଏ ସଂକ୍ରାନ୍ତୀୟ ମାମଲା ପୂର୍ବରୁ ରହିଥିବା ସୂଚନା ମିଳିଛି l ଏଥିସହ ଉଭୟ ବାପ, ପୁଅ ମଧ୍ୟ ଗିରଫ ହୋଇ ଜେଲ ଦଣ୍ଡ ଭୋଗିଥିଲେ l