Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଢ଼ିପାରେ ମଧ୍ୟାହ୍ନ ଭୋଜନ ଦର,ଭଲ ଖାଇବେ ସ୍କୁଲ ପିଲା

ସମ୍ବଲପୁର:ମଧ୍ୟାହ୍ନ ଭୋଜନରେ ଆଉ ସ୍କୁଲ ପିଲାଙ୍କୁ ମିଳିବନି ପାଣିଆ ଡାଲି। ଭଲ ଖାଦ୍ୟ ଯୋଗାଇବାକୁ ବଢ଼ିପାରେ ମଧ୍ୟାହ୍ନ ଭୋଜନ ଦର। ବିଚାରାଧିନ ରହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ। ଏନେଇ ସୂଚନା ଦେଇଛନ୍ତି ମିଡ ଡେ ମିଲ ଷ୍ଟେଟ୍ ନୋଡାଲ ଅଫିସର ରଘୁରାମ ଆର ଆୟାର।
ଏବେ ସବୁ ରୋଷେଇ ସାମଗ୍ରୀ ଦର ବଢିଯାଇଛି ତେଣୁ ସ୍କୁଲ ଗୁଡିକରେ ରୋଷେଇ କରିବାକୁ ଅସୁବିଧା ହେଉଛି। ଦର ବୃଦ୍ଧି ଯୋଗୁଁ ଖାଦ୍ୟର ମାନ କମିଥିବା ନେଇ ଅଭିଯୋଗ ହେଉଛି। କିଛି ଦିନ ହେବ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ରଘୁରାମ ଆୟର ସୂଚନା ଦେଇଛନ୍ତି। ପିଲାଙ୍କ ଖାଇବା ଦର ବଢ଼େଇବେ କି ନାହିଁ ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।