Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲରେ ଯୋଗଶିକ୍ଷା ହେବ ବାଧ୍ୟତାମୂଳକ: ପ୍ରାର୍ଥନା ପରେ ୧୦ ମିନିଟ କରିବେ ଯୋଗ,ପ୍ରାଣାୟମ

ଭୁବନେଶ୍ବର:ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶାନାମା। ଗତ ମେ’ ୬ ତାରିଖରେ କମିଶନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ସ୍କୁଲରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗା ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ। ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ କିଟ୍ସ ପ୍ରଦାନ କରାଯିବ। ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ