Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳଜୀ ଯୋଗାଳୟଠାରେ ଗୁରୁ ପୂର୍ଣ୍ଣିମା ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତମଶ୍ୱା ଯୋଗାଳୟ, ସୁବର୍ଣ୍ଣପୁର ପରିସରସ୍ଥ ସାଧନା କକ୍ଷରେ ଯୋଗାଳୟ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପାଢ଼ୀ ଙ୍କର ଅଧ୍ୟକ୍ଷତାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି। ସନାତନ ଧର୍ମ ର ଆଦ୍ୟଗୁରୁ ମହର୍ଷି ବେଦବ୍ୟାସ ଙ୍କର ସମେତ ଆଉ ଚାରି ପ୍ରମୁଖ ଯୋଗ ଗୁରୁ ଯୋଗୀରାଜ୍ ଭଗବାନ ଶ୍ରୀକୃଷ୍ଣ, ପ୍ରାଚୀନ ଯୋଗଗୁରୁ ମହର୍ଷି ପତଞ୍ଜଳୀ, ଆଧୁନିକ ଭାରତର ବିଖ୍ୟାତ ଯୋଗଗୁରୁ ବାବା ରାମଦେବ ଏବଂ ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ‌ ର ପ୍ରତିଷ୍ଠାତା ଯୋଗାଚାର୍ଯ୍ୟ ପ୍ରଫେସର ଜୟଦେବ ଡନସେନା ପୂଜ୍ୟ ପୂଜା ଭଗବନ୍, ଦେବ ଦୁର୍ଲ୍ଲଭ ମହାନ୍ ଗୁରୁ ମାନଙ୍କର ଶ୍ରୀ ଚରଣ ରେ , ସାମୁହିକ ଭାବରେ ସମସ୍ତ ଯୋଗୀ ବନ୍ଧୁଗଣ ଭକ୍ତି କୁସୁମାର୍ଘ୍ୟ ଅର୍ପଣ ପୂର୍ବକ ମହାମୃତୁଞୟ ମନ୍ତ୍ର ଜପ ଏବଂ ମଂଗଳ ପ୍ରାର୍ଥନା କରିଥିଲେ। ସମ୍ପାଦକ ଡକ୍ଟର ଆର୍ତ୍ତତ୍ରାଣ ବାବୁ ଏବଂ ବରିଷ୍ଠ ଯୋଗୀ ତଥା ଆଇନଜୀବି ଶ୍ରୀମାନ୍ ପ୍ରଦୀପ ପୁରୋହିତ ମହୋଦୟ ଗୁରୁ ପୂର୍ଣ୍ଣିମା ପାଳନ ର ମହନୀୟତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ସଭାପତି ଶ୍ରୀଯୁକ୍ତ ହରିହର ଶତପଥୀ, ଉପ ସଭାପତି ପ୍ରତାପ ଦାଶ, ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସଂଯୋଜକ ନୀରଞ୍ଜନ ତ୍ରିପାଠୀ, ମୃତ୍ୟୁ ଞ୍ଜୟ ଦାସ, ବାସୁଦେବ ମିଶ୍ର, ଅଧ୍ୟାପକ ଲୋକେଶ ଚନ୍ଦ୍ର ପ୍ରଧାନ, ଡାକ୍ତର ସରୋଜ ପଟେଲ, ଅଧ୍ୟାପକ ଶୋଭା ପ୍ରକାଶ ମିଶ୍ର, ପୂର୍ଣଚନ୍ଦ୍ର ଦାସଙ୍କ ସମେତ ସମସ୍ତ ସଦସ୍ୟ ଗଣ ଏହି ଗୁରୁ ପୂଜନ ରେ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ