Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୋତିଲାଲ ଦୋରା ଙ୍କୁ ସଂସ୍କାର ଭାରତୀ ସମ୍ମାନ

ସମ୍ବଲପୁର:ପ୍ରତିବର୍ଷ ଗୁରୁ ପୂର୍ଣ୍ଣିମା ଅବସରରେ ସଂସ୍କାର ଭାରତୀ ସମ୍ବଲପୁର ମହାନଗର ଶାଖା ସାହିତ୍ୟ, କଳା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ଆସୁଛି ।ଏହି କ୍ରମରେ ଅନୁଷ୍ଠାନ ତରଫରୁ ସଂସ୍କାର ଭାରତୀ ସମ୍ମାନ – ୨୦୨୪ ବିଶିଷ୍ଟ ଗୀତିକାର ତଥା କଣ୍ଠଶିଳ୍ପୀ ମୋତିଲାଲ ଦୋରାଙ୍କୁ ପ୍ରଦାନ କରାଯାଇଛି।ଜଣେ ଶିକ୍ଷକ ଭାବେ ତାଙ୍କର ପରିଚିତି ରହିଥିବା ସହିତ ଶ୍ରୀ ଦୋରା ଆକାଶବାଣୀ ସମ୍ବଲପୁରର ଜଣେ ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଏବଂ ଗୀତିକାର। ସମ୍ବଲପୁର ସହରର ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ଦୀର୍ଘ ଦିନ ଧରି ସେ ସାରସ୍ବତ ସାଧନା କରି ଆସୁଛନ୍ତି। ତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ତାଙ୍କର ଅନେକ ଛାତ୍ରଛାତ୍ରୀ ପ୍ରତିଷ୍ଠା ଲାଭ କରିଛନ୍ତି।କେବଳ ସଙ୍ଗୀତ କ୍ଷେତ୍ରରେ ନୁହେଁ,ବରଂ ସମ୍ବଲପୁରୀ ଓ ଓଡ଼ିଆ ନାଟକ ପାଇଁ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗୀତ ମଧ୍ୟ ଲେଖିଥାନ୍ତି।ତାଙ୍କର କୃତିତ୍ବ ପାଇଁ ୨୦୧୪ ମସିହାରେ ସେ ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ସମ୍ମାନୀତ ହୋଇଥିଲେ। ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ଅନେକ କ୍ଷାତି ରହିଛି। ଯେଉଁଥି ପାଇଁ ତାଙ୍କୁ ୨୦୦୩ ମସିହାରେ ରାଜ୍ୟ ଏବଂ ୨୦୦୬ ମସିହାରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କାର ଭାରତୀ ସମ୍ବଲପୁର ମହାନଗର ଶାଖା ପକ୍ଷରୁ ରବିବାର ଦିନ ବୁଢ଼ାରଜା ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠାନର ଚିତ୍ରବିଧା ପ୍ରମୁଖ ନମିତା ବଡ଼ପଣ୍ଡା, ଜଗଦାନନ୍ଦ ପ୍ରଧାନ, ଶ୍ୟାମଳୀ ପତି, ନାଟ୍ୟକାର -ନିର୍ଦ୍ଦେଶକ ବିରୂପାକ୍ଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗୁରୁ ପୂଜନ ସହିତ ଶ୍ରୀ ଦୋରା ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ ।