Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରାଏ ପାଣିପାଇଁ ଘଣ୍ଟାଏ କସରତ,

ଗୁଡାରି , ଗୁଡାରି ବ୍ଳକ ଅନ୍ତର୍ଗତ ଖାରୀଗୁଡା ଗ୍ରାମ ପଞ୍ଚାୟତର ଡେଙ୍ଗାସର୍ଗି ଗ୍ରାମ । ବହୁ ପୁରାତନ କାଳରୁ ସେଠାସରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାସକରି ଆସୁଥିବା ବେଳେ ତାଙ୍କ ପାଇଁ ଗୁଡାରି ବ୍ଲକ ତରଫରୁ ପିଇବା ପାଣିର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ। ଟୋପାଏ ପାଣି ପାଈଁ ଡହଳ ବିକଳ। ବହୁ ପୁରୁଣା ନଳ କୂଅଟେ ଅଛି ହେଲେ ପାଣି ବାହାରୁ ନାହିଁ। ନଳ କୂଅ ନିକଟରେ ଗୋଟିଏ ଚୁଆଁ ଅଛି।ପ୍ରାୟ ପନ୍ଦର ଫୁଟ ଗଭୀର ଏହି ଚୁଆରୁ ପାଣି ବାହାର କରି ବହୁତ କଷ୍ଟରେ ଚଳୁଛନ୍ତି। ଘଣ୍ଟାଏ ମଧ୍ୟରେ ମାତ୍ର ଗରାଏ ପାଣି ବାହାରିବା କଷ୍ଟ ହେଉଛି। ସେମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବାପାଇଁ ପଚାରି ବୁଝିବାରୁ ସେମାନେ କହିଲେ ଏଠାରେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଜମିବାଡ଼ି ସେଠାରେ ଅଛି ତାକୁ ଛାଡି ଆମେ କେମିତି ଅନ୍ୟତ୍ର ସ୍ଥାନାନ୍ତର ହେବୁ ବୋଲି କହିଛନ୍ତି। ଏଣୁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ