Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଧାୟକ ପୁରନ୍ଦରଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା

ସମ୍ବଲପୁର:ରାୟପୁରର ନବ ନିର୍ବାଚିତ ବିଧାୟକ ପୁରନ୍ଦର୍‌ ମିଶ୍ର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାର ଖବର ପାଇ ଆଜି ତାଙ୍କର ଶୁଭଚିନ୍ତକମାନଙ୍କ ପକ୍ଷରୁ ତାଙ୍କ ଆଶୁ ଆରୋଗ୍ୟ କାମନାକରି ସମ୍ବଲ୍‌ପୁର ସ୍ଥିତ ମାଁ ସମଲେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜା,ଦୀପ ପ୍ରଜ୍ଜ୍ବଳନ ଓ ପ୍ରାର୍ଥନା କରାଯାଇଛି। ଛତିଶଗଡ଼-ପଶ୍ଚିମାଂଚଳ ସାଂସ୍କୃତିକ ସଂସ୍ଥାନ ଓ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଆଜି ସକାଳେ ଏହି ପୂଜା କରାଯାଇଛି। ସର୍ବଶ୍ରୀ ଭକ୍ତପ୍ରସାଦ ନନ୍ଦ,ପାର୍ବତୀ ସେଠ୍‌,ସପନ ମିଶ୍ର,ସଦାନନ୍ଦ ପଣ୍ଡା,ଭାରତୀ ପଣ୍ଡା ପ୍ରମୂଖ ଉପସ୍ଥିତ ରହି ଶ୍ରୀ ପୁରନ୍ଦର ମିଶ୍ରଙ୍କ ଆରୋଗ୍ୟ କାମନା କରିଛନ୍ତି। ସଂପ୍ରତି ଶ୍ରୀ ମିଶ୍ର ଉତ୍ତର ରାୟପୁରରୁ ଛତିଶଗଡ଼ ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ପଶ୍ଚିମ ଓଡ଼ିଶା ସହ ତାଙ୍କ ବହୁ ସଂପର୍କ ରହି ଆସିଥିବାରୁ ଏହି ଅଂଚଳରେ ତାଂକର ଅନେକ ପ୍ରଶଂସକ ରହିଛନ୍ତି। ପ୍ରଥମ ସମ୍ବଲ୍‌ପୁରିଆ ସଂପର୍କିତ ଭାବେ ସେ ନିର୍ବାଚିତ ହେବା ପରେ ସମ୍ବଲପୁରରେ ଲୋକେ ଖୁସି ମନାଇଥିଲେ। ଗତ ନିର୍ବାଚନରେ ମଧ୍ୟ ସେ ସମ୍ବଲପୁର୍‌ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। କିଛି ଦିନ ପୂର୍ବରୁ ସେ ଛତିଶଗଡ଼-ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସ୍ଥାନ ଗଢ଼ିବାରେ ପ୍ରମୂଖ ଭୂମିକା ନିର୍ବାହ କରିଛନ୍ତି। ତାଙ୍କ ଅସୁସ୍ଥତା ପରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଥିବାର ଜଣାଯାଇଛି।