Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ଫାର୍ମରେ ସ୍ଥାୟୀ ଚାକିରି ଦାବିରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ସମ୍ବଲପୁର: ଗୋଶାଳା ଫାର୍ମରେ ସ୍ଥାୟୀ ଚାକିରି ଦାବିରେ ଅଞ୍ଚଳବାସିନ୍ଦା ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏକ ଦାବିପତ୍ର ଦେବାସହ କହିଛନ୍ତି ଯେ ଗୋଶାଳା ଠାରେ ଥିବା ଯୁଗ୍ମ ନିର୍ଦ୍ଦେଶକ ପଶୁପାଳନ ଓ ପଶୁ ଚିକିତ୍ସା ବିଭାଗ ଅଧୀନରେ ଥିବା ଫାର୍ମରେ ୨୦ ରୁ ୨୫ ଜଣ ବହୁ ବର୍ଷ ଧରି କାମ କରିବା ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ପାରିନାହିଁ। ଏଣୁ ସେମାନେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ