ଭୁବନେଶ୍ୱର: କାଳବୈଶାଖୀ ଯୋଗୁ ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ତ୍ରାହି ମିଳିଛି। ଥମିଛି ଖରାର ପ୍ରକୋପ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ କେନ୍ଦ୍ର ।
୨୩ ତାରିଖରେ ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏ ନେଇ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଓ ନବରଙ୍ଗପୁରକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।