Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପବିତ୍ର ଇଦ୍‌; ଚଳଚଞ୍ଚଳ ସବୁ ମସ୍‌ଜିଦ

ଭୁବନେଶ୍ୱର: ଆଜି ଇଦ୍‌। ଇଦ୍-ଉଲ୍-ଫିତର ହେଉଛି ଇସଲାମ ଧର୍ମର ମୁଖ୍ୟ ପର୍ବ। ଏହାକୁ ମୀଠୀ ଇଦ୍ ମଧ୍ୟ କୁହାଯାଏ। ଇଦ୍ ପର୍ବ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦେଇଥାଏ। ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ, ପବିତ୍ର ଇଦ୍ ପର୍ବ ରମଜାନର ମାସର ୩୦ ତମ ଦିନରେ ପାଳନ କରାଯାଏ। ମୁସଲିମ୍‌ ସମ୍ପ୍ରଦାୟଙ୍କ ବଡ଼ ପର୍ବ ହେଉଛି ଇଦ୍ । ଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ ।

ରାଜ୍ୟର ସବୁ ମସଜିଦ୍ ଓ ଇଦଗା ମୈଦାନ ମୁସ୍‌ଲିମ୍‌ ଭାଇ ଭଉଣୀଙ୍କ ଭିଡ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଛି । ଏହି ଦିନରେ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଯାଇଥାଏ । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ