କେନ୍ଦ୍ର ବଜେଟ୍ ଉପସ୍ଥାପନ:ଚାଷୀ ମୁହଁରେ ହସ

ଭୁବନେଶ୍ୱର: ଆଜି ସଂସଦରେ ଏନଡିଏ ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ହସାଇ ଦେଇଛନ୍ତି ଚାଷୀ ବର୍ଗଙ୍କୁ। ଜମିବାଡ଼ି ସୁବ୍ୟବସ୍ଥିତ କରିବା ନିମନ୍ତେ ଆସିବ ଭୂ-ଆଧାର। ଏହା ଦ୍ବାରା ଜମିବାଡ଼ି ଡିଜିଟାଇଜେସନ ହେବ। ମନ୍ତ୍ରୀ କହିଛନ୍ତି ଯେ ଅନ୍ତରୀଣ ବଜେଟ୍ ରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ଦିଆଯାଇଛି ପ୍ରାଧାନ୍ୟ। ରାଜ୍ୟ ଗୁଡ଼ିକୁ ଦୀର୍ଘ ମିଆଦି ଋଣ ଚାଲୁ ରହିବ। ରାଜ୍ୟ ମାନଙ୍କୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ। ଶସ୍ତା ହେବ ସୁନା, ରୂପା ଓ ପ୍ଲାଟିନମ । ସୁନା ଓ ରୂପା ଉପରୁ ୬ ପ୍ରତିଶତ କମିବ କଷ୍ଟମ ଡ୍ୟୁଟି। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪ ପ୍ରତିଶତ ହ୍ରାସ ପାଇବ। ମୋବାଇଲ ଫୋନ୍, ମୋବାଇଲ୍ ବ୍ୟାଟେରୀ ଓ ଚାର୍ଜର ଉପରୁ ହ୍ରାସ କରାଯିବ କଷ୍ଟମ ଡ୍ୟୁଟି। କ୍ୟାନ୍ସର୍ ଔଷଧରୁ ମଧ୍ୟ କମିବ କଷ୍ଟମ ଡ୍ୟୁଟି।ଏଭଳି ବଜେଟରେ ସ୍ଥାନ ପାଇଛି।