Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଦ୍‌ ପାଇଁ ସମ୍ବଲପୁରରେ କଡା ସୁରକ୍ଷା; ୪୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍‌। ଚଳଚଞ୍ଚଳ ସାରା ଦେଶ। ମୁସଲମାନ ସଂପ୍ରଦାୟଙ୍କ ଲାଗି ଏହା ସ୍ୱତନ୍ତ୍ର ଓ ବଡ଼ ପର୍ବ। ଇଦ୍‌ ଲାଗି ଚାଲିଛି ଜୋର୍‌ଦାର୍‌ ପ୍ରସ୍ତୁତି। ସବୁଆଡେ ଖଚାଖଚ୍‌ ଭିଡ। ଭିଡକୁ ଦୃଷ୍ଟିରେ ରଖି ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ପବିତ୍ର ଇଦ୍ ପର୍ବ ରମଜାନର ମାସର ୩୦ ତମ ଦିନରେ ପାଳନ କରାଯାଏ। ମାସ ସାରା ରୋଜା କରିଥାନ୍ତି ମୁସଲାମାନ ଭାଇ ଭଉଣୀ। ଆଜି ଦିନରେ ମାସ ସାରା କରିଥିବା ରୋଜା ବା ଉପବାସ ଆଜି ଭାଙ୍ଗିଥାନ୍ତି ମୁସଲମାନ ଭାଇଭଉଣୀ।

ଏହି ଅବସରରେ ମସଜିଦରେ ହେବ ସ୍ୱତନ୍ତ୍ର ନମାଜ ପାଠ । ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବେ। ଏହାପରେ ସୁସ୍ବାଦୁ ବ୍ୟଞ୍ଜନରେ ଜମିବ ଆସର। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ। ଭାଇଚାରର ଏହି ପର୍ବକୁ ନେଇ ସାରା ଦେଶରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

ବିଶେଷ କରି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ହନୁମାନ ଜୟନ୍ତୀ ରାଲି ଅବସରରେ ସମ୍ବଲପୁରରେ ଯେଉଁ ଉ‌ତ୍ତେଜନା ଦେଖାଦେଇଥିଲା ତାକୁ ଦୃଷ୍ଟିରେ ରଖି ସହରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେଠାକାର ପରିବେଶ ସାମାନ୍ୟ ସୁଧୁରିଥିଲେ ମଧ୍ୟ ସମ୍ପୁର୍ଣ୍ଣ ଶାନ୍ତ ପଡ଼ିନି। ସେଥିପାଇଁ ପ୍ରତି ମସଜିଦରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ବାଇକ ପାଟ୍ରୋଲିଂ ବି କଡାକଡି କରାଯାଇଥିବା  ସମ୍ବଲପୁର ଏସପି  ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ