Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହେବ କୃଷି ସମ୍ପର୍କିତ ସୂଚନା

ବୀରମହାରାଜପୁର : (ସୌମିତ୍ରି ମେହେର)
କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ମଙ୍ଗଳବାର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବୀରମହାରାଜ ପୁର ଠାରେ ଏକ ଏଲ ଇ ଡ଼ି ସ୍କ୍ରିନ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଧୀରେନ୍ଦ୍ର ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଂଚଳର କୃଷିଜୀବିଙ୍କ ପାଇଁ ଲୋକାର୍ପିତ କରିଥିଲେ l ଦୈନନ୍ଦିନ କୃଷି ଓ ଅନୁସଙ୍ଗିକ କୃଷି ବିଭାଗୀୟ କାର୍ଯ୍ୟକ୍ରମ, ଯୋଜନା , ବୈଷୟିକ ସୂଚନା ଏଥିରେ ପ୍ରଦର୍ଶିତ କରାଯିବ ବୋଲି ସୂଚନା ମିଳିଛି l ବୀର ମହାରାଜ ପୁର କୃଷି ଜିଲ୍ଲାବାସି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିବାରୁ ଏଲ ଇ ଡ଼ି ମାଧ୍ୟମରେ ପ୍ରଦର୍ଶିତ କୃଷି ସୂଚନା ସହଜ ଉପଲବ୍ଧ ସୁଯୋଗ କୃଷିଜିବି ମାନେ ନେବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି l ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଏଲ ଇ ଡି ଦ୍ୱାରା କୃଷି ସୂଚନା ପ୍ରସାରଣ କାର୍ଯ୍ୟକ୍ରମ କୂ ସ୍ଥାନୀୟ ଜନସାଧାରଣ, କୃଷି ଜୀବି ସାଧୁବାଦ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ବୈଷୟିକ ଦଳ ଆବାହକ ଓ ଗୋଷ୍ଠୀ କୃଷି ଅଧିକାରୀ ଯଶୋବନ୍ତ ପଧାନ , ବି ଟି ଏମ ଜିତେନ୍ଦ୍ର ମେହେର , ସହକାରୀ ବୈଷୟିକ ପରିଚାଳକ ମୀନକେତନ ମହାକୁର , ପି ପି ଏ ସନ୍ଧ୍ୟାଶ୍ରୀ ଭୂୟାଁ , ସମସ୍ତ ଏଟିଏମ , କୃଷି କର୍ମଚାରୀ , କୃଷକ ସାଥୀ , କୃଷି ଜୀବି ଉପସ୍ଥିତ ଥିଲେ l