Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦ ବଢ଼ୁଛି ଜଳସ୍ତର,୬୦୪.୭୫ ଫୁଟ୍ ରେ ପହଞ୍ଚିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ନେହା ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବର୍ତ୍ତମାନ ଜଳ ସ୍ତର ବୃଦ୍ଧି ପାଉଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ଭଣ୍ଡାର ରେ କ୍ରମାଗତ ଭାବେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୪.୭୫ ଫୁଟ୍ ରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ୩୩,୬୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୪୨ ହଜାର ୩୨୨ କ୍ୟୁସେକ୍ ଜଳ। ଜଳସ୍ତର କ୍ଷମତା ୬୩୦ ଫୁଟ ରହୁଥିବା ବେଳେ ବର୍ତ୍ତମାନକୁ ଆହୁରି ୨୩.୨୫ ଫୁଟ ର ଜଳ କମ୍ ରହିଛି।ଜଳ ସ୍ତର ବୃଦ୍ଧି ପାଇଲେ ସ୍ଲୁଇସ୍ ଗେଟ୍ ଖୋଲିବ ବୋଲି ଜଳଭଣ୍ଡାରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ