Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ୍ ଆଗତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିଲ୍ଲୀ ଯାତ୍ରା କରିବେ। ଦିଲ୍ଲୀରେ ପହଞ୍ଚିବା ପରେ ଶନିବାର ନୀତି ଆୟୋଗର ବୈଠକରେ ଯୋଗ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ନୀତି ଆୟୋଗର ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁଥିବା ନୀତି ଆୟୋଗର ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୬ରେ ନୂଆଦିଲ୍ଲୀ ଯିବାର କାର‌୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସେହି ବୈଠକରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ମିଳିଛି । ଏଥିସହ ମୁଖ୍ୟମନ୍ତ୍ରୀ ନିଜର ଦିଲ୍ଲୀ ଯାତ୍ରା ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ବସିବାକୁ ଥିବା ନୀତି ଆୟୋଗ ବୈଠକୁ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ବହିଷ୍କାର କରିଛନ୍ତି । ସେମାନେ ହେଲେ ତାମିଲନାଡୁର ଏମକେ ଷ୍ଟାଲିନ, କର୍ଣ୍ଣାଟକର ସିଦ୍ଧରମୈୟା, ଆନ୍ଧ୍ର ପ୍ରଦେଶର ରେବନ୍ତ ରେଡ୍ଡୀ ଓ ହିମାଚଳ ପ୍ରଦେଶର ସୁଖୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ