ସାବଧାନ ! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳ କୁକୁଡ଼


ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭିସ୍ମଗିରି ପଞ୍ଚାୟତରେ ଆତଙ୍କ ଖେଳାଇଛି ପାଗଳ କୁକୁର । ଗାଁକୁ ଗାଁ ବୁଲି ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛି । କୁକୁର କାମୁଡ଼ାରେ ୮ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

ପାଗଳ ହୋଇଥିବା କୁକୁରଟି କେହି ପାଳିଥିଲେ କି ବୁଲା ତାହା ଜଣାପଡ଼ିନି । ତେବେ କୁକୁର ଆତଙ୍କକୁ ନେଇ ପୂରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଭୟରେ ଘରୁ ବାହାରୁ ନ ଥିବା ବେଳେ ପିଲାମାନଙ୍କୁ ବି ବାହାରକୁ ଛାଡ଼ୁ ନାହାନ୍ତି । ତୁରନ୍ତ ପାଗଳା କୁକୁରକୁ କାବୁ କରିବାକୁ ସାଧାରଣରେ ଦାବି ହେଉଛି।

ଗୁରୁତରଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।